ଆଗରୁ ‘ଡି’ ସାମ୍ରାଜ୍ୟ କଥା ଶୁଣିଥିଲୁ, ଏବେ ‘ଟି’ କଥା ଶୁଣୁଛୁ: ‘ପି’ ସାମ୍ରାଜ୍ୟ କଥା କେବେ ଶୁଣିବୁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଆଗରୁ ‘ଡି’ ସାମ୍ରାଜ୍ୟ କଥା ଶୁଣିଥିଲୁ, ଏବେ ‘ଟି’ କଥା ଶୁଣୁଛୁ: ‘ପି’ ସାମ୍ରାଜ୍ୟ କଥା କେବେ ଶୁଣିବୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆଗରୁ ‘ଡି’ ସାମ୍ରାଜ୍ୟ କଥା ଶୁଣିଥିଲୁ। ଏବେ ଟିଟୋ ଫର୍‌ ‘ଟି’ ସାମ୍ରାଜ୍ୟ ନାଁ ଶୁଣୁଛୁ। ଯାହା ପ୍ରତିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ବାକି ରହିଲା, କେବେ ‘ପି’ ସାମ୍ରାଜ୍ୟ କଥା ଶୁଣିବୁ। ‘ପି’ ଅର୍ଥ ପାୱାରଫୁଲ୍‌। ଏହାର ଅନ୍ୟକିଛି ଅର୍ଥ ବାହାର କରନ୍ତୁ ନାହିଁ। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଟିଟୋ ମାମଲାର ତଦନ୍ତ କରୁଥିବା ବେଳେ, ଭିଜିଲାନ୍ସ ଅପରାଧିକ ମାମଲାର କ’ଣ ତଦନ୍ତ କରିବ।’ ଆଜି ଏମିତି ଢଙ୍ଗାରେ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି।

ବିଜେପିର ବରିଷ୍ଠ ନେତା ପୀତାମ୍ୱର ଆଚାର୍ଯ୍ୟ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଓ ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି- “ରାଜ୍ୟ ସରକାରଙ୍କୁ କେତେଜଣ ‘ପି’ ଚଳାଉଛନ୍ତି। ସେମାନଙ୍କ ପ୍ରକୃତ ସ୍ୱରୂପ ସରକାର କେବେ ପଦାରେ ପକାଇବେ? ସେହି ସମୟକୁ ଅପେକ୍ଷା କରାଯାଇଛି।”

ପୀତାମ୍ୱର ଆହୁରି ମଧ୍ୟ କହିଛନ୍ତି- “ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସମଗ୍ର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ସେ ବାଲି, ଗୋଡ଼ି, ମୋରମ୍‌ ଖାଦାନର ଟେଣ୍ଡର ଫିକ୍ସିଂ ଓ ନଦୀବନ୍ଧ ମରାମତି କାମ କରୁଥିଲା। ଏଥିପାଇଁ ପ୍ରତି ବିଭାଗରେ ସେ ଟେଣ୍ଡର ଫିକ୍ସିଂ କରୁଥିଲା। ତାଙ୍କୁ କୁଆଡ଼େ ସରକାରୀ ବନ୍ଧୁମାନେ ସହାୟତା ଯୋଗାଇ ଦେଉଥିଲେ। ପୁଲିସ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ତାଙ୍କୁ ବେଶୀ ସହାନୁଭୂତି ଦେଖାଉଥିଲେ। ଯାହାର ସୁଯୋଗ ନେଇ ଟିଟୋ ହଜାର ହଜାର କୋଟି ଟଙ୍କାର କଳା ସାମ୍ରାଜ୍ୟ ଗଢ଼ିଥିଲା। ତେବେ ପ୍ରଶ୍ନ ଉଠୁଛି, ଏ ଦୁଇ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ସତ୍ତ୍ୱେ, ଏ ବିଷୟରେ ସେ କେମିତି ଜାଣିପାରିଲେ ନାହିଁ ଓ ତାଙ୍କ ବିଭାଗର ଅଧିକାରୀମାନେ କମିତି ଟିଟୋଙ୍କୁ ସହାନୁଭୂତି ଦେଖାଉଥିଲେ? ତାହା ଆଜି ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।”

ସେ ଆହୁରି କହିଛନ୍ତି- “ଗତ ସପ୍ତାହରେ ଟିଟୋର ଏକ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ପରାମର୍ଶ ଦେଇଥିଲୁ। ଏହି ଖବର ଜାଣିବା ପରେ ବିଜେଡି ବନ୍ଧୁମାନଙ୍କ ଭିତରେ ଛନକା ପଶି ଯାଇଥିଲା। ସିବିଆଇ ନାଁ ଶୁଣିଲେ ବିଜେଡି ବାଲାଙ୍କ ନାହି ଡେଉଁଛି। କାରଣ ଚିଟ୍‌ଫଣ୍ଡ ବେଳୁ ତାଙ୍କ ଭିତରେ ପ୍ରବଳ ଭୟ ପଶି ଯାଇଛି। ଓଡ଼ିଶାରେ ଯେତେ ଗୁଡ଼ିଏ ଅପରାଧ ପୃଷ୍ଠଭୂମି ଦେଖିବେ, ସବୁଥିରେ ବିଜେଡି ନେତା, କର୍ମୀ ଓ ମୁଖ୍ୟମନ୍ତ୍ରୀ ନିବାସ ସାମିଲ୍‌ ଅଛି। ଯାହାର ପ୍ରମାଣ ହେଉଛି କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିବାସର କର୍ମଚାରୀ ସରୋଜ ସାହୁଙ୍କୁ ସିବିଆଇ ଜେରା ପାଇଁ ଡାକିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଶାସକ ଦଳରେ ତାଙ୍କର (ସରୋଜ) ଭୂମିକା କ’ଣ?”

ସେ ଆହୁରି କହିଛନ୍ତି- “ଟିଟୋ ହେଉଛି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତାଙ୍କର ଅପରାଧିକ ପୃଷ୍ଠଭୂମି ତଦନ୍ତ କରୁଥିଲା ଏସ୍‌ଟିଏଫ୍‌। ତେବେ ହଠାତ ସେମାନଙ୍କଠାରୁ ଦାୟିତ୍ୱ କାଢ଼ି ନେଇ ଭିଜିଲାନ୍ସକୁ ଦେବା ପଛରେ ରହସ୍ୟ କ’ଣ ରହିଛି? ନିୟମ ଅନୁସାରେ ଭିଜିଲାନ୍ସ ବିଭାଗ ଅର୍ଥନୀତି ଅପରାଧକୁ ତଦନ୍ତ କରିପାରିବ। ମାତ୍ର ଫୌଜଦାରୀ ଅପରାଧ ଗୁଡ଼ିକୁ ତଦନ୍ତ କରିବାର ଅଧିକାର ନାହିଁ। ତଦନ୍ତକୁ ଦିଗହରା କରିବା ପାଇଁ ଏପରି କରାଯାଇଛି। ମାମଲାର ତଦନ୍ତ ପ୍ରକ୍ରିୟାକୁ ଶିଥିଳ କରିବା ପାଇଁ ଏସ୍‌ଟିଏଫ୍‌ ହାତରୁ ତଦନ୍ତ ଭାର ନିଆଯାଇ ଭିଜିଲାନ୍ସକୁ ଦିଆଯାଇଛି। ଏହାର ପ୍ରମାଣ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ଭିଜିଲାନ୍ସ ମାମାଲକୁ ୧୦ରୁ ୧୨ ବର୍ଷ ଗଡ଼ାଇଦେବ। କିଛି ଫଳ ମିଳିବ ନାହିଁ। ଏହି ଫର୍ମୁଲାରେ ଫସିଥିବା ରାଜନେତାମାନେ ପାର୍‌ ହୋଇଯିବେ। ଇଏ ହେଉଛି ପ୍ରକୃତ ରହସ୍ୟ।”

ସେ ଆହୁରି କହିଛନ୍ତି- “ଟିଟୋର ଅପରାଧିକ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ଆମେ ଦାବି କରିଥିଲୁ। କିନ୍ତୁ ଏହା ବିଜେଡି ବନ୍ଧୁମାନଙ୍କୁ ହଜମ ହେଲାନାହିଁ। ସେମାନେ କହିଲେ, ଧର୍ମେନ୍ଦ୍ର ପ୍ରଧାନ କ୍ରିମିନାଲ୍‌ ସିଣ୍ଡିକେଟ୍‌ ଚଳାଉଛନ୍ତି। ଆମେ ଏଠି ବିଜେଡି ବନ୍ଧୁ, ପ୍ରବକ୍ତା ଓ ସରକାରଙ୍କୁ ଆହ୍ୱାନ କରୁଛୁ, ସତ୍‌ସାହସ ଅଛି ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡାକି ଜେରା କର। ସେତେବେଳେ ଜାଣିପାରିବ ଏହି ମାମଲାରେ ଧର୍ମେନ୍ଦ୍ର ଅଛନ୍ତି ନା କେନ୍ଦ୍ରାପଡ଼ାର ନେତା ପ୍ରତାପ ଦେବ ଓ ଅନ୍ୟମାନେ ଅଛନ୍ତି।”



from OdishaReporter https://ift.tt/2JZonZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages