ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ, ଏମିତି ବ୍ୟବହାର ଦେଖାଇଲେ ଥାନା ବାବୁଆଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ, ଏମିତି ବ୍ୟବହାର ଦେଖାଇଲେ ଥାନା ବାବୁଆଣୀ

କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ହୋଇଛି ଲୁଟ୍‌। ଦୁଇଜଣ ଦୁର୍ବୃତ୍ତ, ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ୧ ଲକ୍ଷ ୧୦ ହଜାର ଟଙ୍କା। ଆଜି ଏପରି ଅଘଟଣ ଘଟିଛି ପୁରୀ ଜିଲ୍ଲାରେ। ଏନେଇ ଗୋପ୍‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ଖବର ଅନୁଯାୟୀ, ନିମାପଡ଼ା ବନ୍ଧନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ରୋଜାଲିନ୍ ରାଉତ ଓ ସୋନାଲି ବେହେରା, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ଋଣଟଙ୍କା ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରି ସ୍କୁଟିରେ ଫେରୁଥିଲେ। ବେଣୀପୁର-ଗୋପ୍ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ସ୍କୁଟି ଚାଳାଉଥିବା ସୋନାଲି ଗାଡ଼ି ଅଟକାଇବା ପରେ ଦୁର୍ବୃତ୍ତମାନେ ତାଙ୍କ ଡାହାଣ ହାତକୁ ଏକ ଭୁଜାଲିରେ ହାଣି ଦେଇଥିଲେ। ଫଳରେ ସୋନାଲି ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ରୋଜାଲିନ୍‌ ଧରିଥିବା ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ।

ପରେ ସେମାନେ ରକ୍ତାକ୍ତ ଅବସ୍ଥାରେ ଗୋପ୍ ଥାନାକୁ ଯାଇଥିଲେ। ମାତ୍ର ଥାନାର ମହିଳା ଆଇଆଇସି ସେମାନଙ୍କୁ ସହାଯ୍ୟ କରିବା ପରିବର୍ତ୍ତେ ଡାକ୍ତରଖାନା ଯାଅ ବୋଲି କହିଥିଲେ। ହେଲେ ଡାକ୍ତରଖାନା ନେବାର ବ୍ୟବସ୍ଥା କରିନଥିଲେ। ଥାନା ବାବୁଆଣୀଙ୍କଠାରୁ ନିରାଶ ହୋଇ ରୋଜାଲିନ୍ ଓ ସୋନାଲି ନିମାପଡ଼ା ମେଡ଼ିକାଲରେ ଚିକିତ୍ସିତ ହୋଇ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ପରେ ରୋଜାଲିନ୍ ବ୍ୟାଙ୍କ ଅଧିକାରୀଙ୍କ ସହାୟତାରେ ଆସି ଗୋପ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2A58K32

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages