ଘାଟି ତଳକୁ ଖସି ପଡ଼ିଲା ବସ୍‌, ୩୨ ଯାତ୍ରୀ ମୃତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଘାଟି ତଳକୁ ଖସି ପଡ଼ିଲା ବସ୍‌, ୩୨ ଯାତ୍ରୀ ମୃତ!

ରାଇଗଡ଼: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅମ୍ୱେନାଲି ଘାଟିରେ ଆଜି ମଧ୍ୟାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବସ୍‌ଟିରେ କୋଙ୍କଣ କୃଷି ବିଶ୍ୱବିଦ୍ୟାଳୟର ୩୮ ଜଣ କର୍ମଚାରୀ ଥିଲେ। ଏମାନେ ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ମହାବାଲେଶ୍ୱର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ପାଇଁ ଏନ୍‌ଡିଆର୍‌ଏଫ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ରିପୋର୍ଟ ଲେଖା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।



from OdishaReporter https://ift.tt/2LI1zmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages