
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଏକ ଡ୍ୟାନ୍ସ ଚ୍ୟାଲେଞ୍ଜ୍ର ଭିଡିଓ ଭାଇରାଲ୍ ହେଉଛି। ହଲିଉଡ୍ରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ, ପ୍ରାୟ ସେଲେବ୍ରେଟିମାନେ ଏହି ଚ୍ୟାଲେଞ୍ଜ୍ରେ ଅଂଶ ଗ୍ରହଣ କରୁଛନ୍ତି। ବଢୁଥିବା ଚ୍ୟାଲେଞ୍ଜ ଭିଡିଓ ଦେଖି ମୁମ୍ବାଇ ପୁଲିସ୍ ଚେତାବନୀ ଜାରି କରିଛି।

ଲୋକପ୍ରିୟ ଗାୟକ ଡ୍ରେକ୍ଙ୍କ ଗୀତ ‘In MyFeelings’ରୁ ଏହି ଚ୍ୟାଲେଞ୍ଜ୍ର ଆରମ୍ଭ ହୋଇଛି। ଏହି ଚ୍ୟାଲେଞ୍ଜ୍ କିଛି ଦିନ ମଧ୍ୟରେ ସୋଶାଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଲା।
କେତେକ ସ୍ଥାନରେ ଏହି ଚ୍ୟାଲେଞ୍ଜ୍ର ନାଁ #LaChonaChallenge ଦିଆଯାଇଛି। ଏଥିରେ ମଧ୍ୟ ଲୋକେ କାରରୁ ବାହାରି ନାଚିବାରେ ଲାଗୁଛି। ଏହି ଚ୍ୟାଲେଞ୍ଜକୁ ୧୯୯୫ରେ ଏକ ମ୍ୟାକ୍ସିକାନ୍ ଗୀତ LaChonaରୁ ଆରମ୍ଭ ହୋଇଥିଲା।
‘In my feelings challenge’କୁ ପ୍ରଥମେ ସୋଶାଲ୍ ମିଡିଆରେ ଷ୍ଟାର ସିଗ୍ଗୀ ତାଙ୍କ ଚ୍ୟାନେଲ୍ରେ ପୋଷ୍ଟ୍ କରିଥିଲେ। ଏହାପରେ ସମସ୍ତେ ଏହାକୁ ଅନୁକରଣ କରିବାରେ ଲାଗିଲେ।
‘In my feelings challenge’କୁ କରିବାର ପ୍ରକ୍ରିୟା ବଡ଼ କ୍ଷତିକାରକ। ଏହି ଚ୍ୟାଲେଞ୍ଜ୍ କରିବା ପାଇଁ କାର୍ର ଡ୍ରାଇଭର୍ କାର ଚାଳନା ଉପରୁ ଧ୍ୟାନ ହଟାଇ ଭିଡିଓ ଶୁଟ୍ କରିବାରେ ଲାଗନ୍ତି। ଏବଂ ପାଖରେ ବସିଥିବା ଲୋକ ଚଳନ୍ତା କାରରୁ ବାହାରି ନାଚିବାରେ ଲାଗନ୍ତି।

ଏଥିପାଇଁ ଏହି ଚ୍ୟାଲେଞ୍ଜ ବିରୋଧରେ ପୋଲିସ ଚେତାବନୀ ଜାରି କରିଛି। ପ୍ରଥମେ ସ୍ପେନ୍ର ପୁଲିସ୍ ଏହି ଚ୍ୟାଲେଞ୍ଜ ବିରୋଧରେ ଚେତାବନୀ ଜାରି କରିଥିଲା।
ଗତ ସପ୍ତାହରେ ଅଭିନେତ୍ରୀ ନିଆ ଶର୍ମା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏକ ଭିଡିଓ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଥିଲେ।
from OdishaReporter https://ift.tt/2uVPal5

No comments:
Post a Comment