ଗର୍ଭବତୀ ଛେଳିକୁ ଗଣ ଦୁଷ୍କର୍ମ କରି ମାରିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଗର୍ଭବତୀ ଛେଳିକୁ ଗଣ ଦୁଷ୍କର୍ମ କରି ମାରିଦେଲେ!

goat rape

ଚଣ୍ଡିଗଡ଼: ଦେଶରେ ମହିଳାଙ୍କ ପ୍ରତି ନିର୍ଯାତନା ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ବିଶେଷ କରି ନାବାଳିକା ଦୁଷ୍କର୍ମ ଘଟଣା ଅଧିକ ଘଟୁଛି। ହେଲେ ହରିୟାଣାରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ କୌଣସି ମହିଳାଙ୍କୁ ନୁହେଁ, ଏକ ଗର୍ଭବତୀ ଛେଳି ସହ ଦୁଷ୍କର୍ମ କରାଯାଇଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୮ ଜଣ ଲୋକ ତା’ସହ ଗଣ ଦୁଷ୍କର୍ମ କରିଛନ୍ତି। ଘଟଣାଟି ହରିୟାଣାର ମେୱାତ୍ ଅଞ୍ଚଳରେ ଘଟିଛି।

goat rapeମିଳିଥିବା ଖବର ଅନୁସାରେ, ଦୁଷ୍କର୍ମର ଶିକାର ହୋଇଥିବା ଛେଳିର ମୃତ୍ୟୁ ଘଟିଛି। ଏନେଇ ଛେଳି ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ପୁଲିସ୍‌ କହିଛି ଯେ ଗତ ୨୬ ତାରିଖରେ ଅସୁଲ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି। ସବାକାର, ହରୁଣଙ୍କ ସହ  ଆଉ ୬ ଜଣ ଲୋକ ୨୫ ତାରିଖ ରାତିରେ ତାଙ୍କ ଛେଳିକୁ ଦୁଷ୍କର୍ମ କରିଥିଲେ। ଛେଳିର ମେଡିକାଲ୍‌ ଯାଞ୍ଚ କରାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଛେଳି ମାଲିକ ଅସୁଲ କହିଛନ୍ତି, “ସେମାନେ ମୋ ଛେଳିକୁ ଏକ ପୁରୁଣା ଘରକୁ ନେଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାନସିକ ରୋଗୀ। ମୁଁ ସେମାନଙ୍କୁ ଅଟକାଇ ଥିଲି ଓ ପୁଲିସ୍‌ରେ ଅଭିଯୋଗ କରିବି ବୋଲି ଚେତାବନୀ ମଧ୍ୟ ଦେଇଥିଲି। ସେମାନେ କହିଥିଲେ ଯେ ଯାହା କରିବାର ଅଛି କର।”



from OdishaReporter https://ift.tt/2K5vIqv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages