ଜଙ୍ଗଲି ଛତୁ ଖାଇ ୫ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଜଙ୍ଗଲି ଛତୁ ଖାଇ ୫ ଅସୁସ୍ଥ

କେନ୍ଦୁଝର (ପ୍ରଣୟ ପାଣି): ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିରେ ଦୁଇ ଜଣ ଶିଶୁ ଅଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି।

ଗତକାଲି ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋଳିମାଟି ଗାଁର ବକୁଳ ନାଏକ ଜଙ୍ଗଲରୁ ଛତୁ ତୋଳି ଆଣିଥିଲେ। ସେହି ଛତୁକୁ ରାତିରେ ରାନ୍ଧି ସପରିବାରେ ଖାଇ ଶୋଇଥିଲେ। କିନ୍ତୁ ତା‘ପରେ ସେମାନଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା। ଘରୋଇ ଉପଚାର କରିଥିଲେ ମଧ୍ୟ ଝାଡ଼ାବାନ୍ତି ଛାଡ଼ି ନଥିଲା। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି।



from OdishaReporter https://ift.tt/2O51JT6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages