ସାଂଘାତିକ: ପାଣି ଭିତରେ ନୌସେନାର ଯୁଦ୍ଧ ତୋପକୁ ଧ୍ୱଂସ କରିବାକୁ ଯୋଜନା କରୁଛି ଜୈଶ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ସାଂଘାତିକ: ପାଣି ଭିତରେ ନୌସେନାର ଯୁଦ୍ଧ ତୋପକୁ ଧ୍ୱଂସ କରିବାକୁ ଯୋଜନା କରୁଛି ଜୈଶ୍‌

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଭାରତୀୟ ସୁରକ୍ଷା ବାହିନୀକୁ ଚେକ୍ ଦେବାକୁ ଏବେ ନୂଆ ରଣନୀତି ଆପଣାଇଛି। ସ୍ଥଳ ଭାଗରେ ସୀମା ପାର ଆକ୍ରମଣ ଉଦ୍ୟମ କରି ବିଫଳ ହୋଇଥିବା ଜୈଶ୍ ଏବେ ଜଳଭାଗରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସମୁଦ୍ର ପଥରେ ସୀମା ପାର୍ ହୋଇ ଗଭୀର ଜଳରେ ଭାରତୀୟ ନୌସେନାର ଯୁଦ୍ଧ ତୋପକୁ ଧ୍ୱଂସ କରିବାକୁ ଜୈଶ୍ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଆଜି ଭାରତୀୟ ଗୁଇନ୍ଦା ବିଭାଗ ଏଭଳି ସାଂଘାତିକ ତଥ୍ୟ ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ଜଳପଥ ଗୁଡ଼ିକ ଉପରେ ନଜର ରଖିବାକୁ ତଟରକ୍ଷୀ ବାହିନୀ ଓ ନୌସେନାକୁ ସତର୍କ ସୂଚନା ଜାରି କରାଯାଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଗଭୀର ସମୁଦ୍ରରେ ଭାରତୀୟ ଯୁଦ୍ଧ ତୋପକୁ ଟାର୍ଗେଟ୍ କରି ଆକ୍ରମଣ କରିବାକୁ ଏବେ ଜୈଶ୍ ସ୍ୱତନ୍ତ୍ର ବୁଡ଼ାଳୀ ଜେହାଦୀଙ୍କୁ ତାଲିମ ଦେଉଛି। ପାକିସ୍ତାନର ବାହାୱାଲପୁରର ଗଭୀର ସମୁଦ୍ରରେ ଏମାନଙ୍କୁ ବିଭିନ୍ନ ବୈଷୟିକ ଦିଗ ଉପରେ ତାଲିମ ଦିଆଯାଉଛି। ବିଶେଷ କରି ଭାରତୀୟ ନୌସେନାର ବାଲାଷ୍ଟିକ ମିଜାଇଲ୍‌ ବୁଡ଼ାଜାହାଜ, ଆଇଏଏନ୍‌ଏସ୍‌ ଆରିହାଣ୍ଟ ଓ ଆଇଏଏନ୍‌ଏସ୍‌ ଆରଘାଟ ଏମାନଙ୍କ ଟାର୍ଗେଟରେ ରହିଛି ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି।



from OdishaReporter https://ift.tt/2NnZSaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages