
ଝାଲୱାର: ରାଜସ୍ଥାନର ଝାଲୱାରଠାରେ ଜଣେ ୭ ବର୍ଷୀୟ ଝିଅକୁ ପ୍ରଥମେ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ନିକଟସ୍ଥ ଏକ ପଡ଼ିଆରୁ ଝିଅଟିର ମୃତଦେହକୁ ଜବତ କରାଯାଇଛି।
ଶୁକ୍ରବାର ଝିଅଟି ଘର ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ। ସେ ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ଝିଅଟିର ବାପା ଶନିବାର ସକାଳେ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ଅଭିଯୋଗୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା।
ସର୍ଚ୍ଚ ଅପରେସନ୍ ବେଳେ ଘର ନିକଟସ୍ଥ ଏକ ପଡ଼ିଆରୁ ଝିଅଟିର ମୃତଦେହ ମିଳଥିଲା। ଶବବ୍ୟବଚ୍ଛେଦ ପରେ ଝିଅଟିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଥିବା ସ୍ପଷ୍ଟ ହୋଇଛି।
ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2LMSfgP
No comments:
Post a Comment