ଦିନାକରନଙ୍କ କାର ଉପରକୁ ପେଟ୍ରୋଲ୍‌ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଦିନାକରନଙ୍କ କାର ଉପରକୁ ପେଟ୍ରୋଲ୍‌ ବୋମାମାଡ଼

ଚେନ୍ନାଇ: ପୂର୍ବତନ ଏଆଇଏଡିଏମ୍‌କେ ନେତା ଟିଟିଭି ଦିନାକରନଙ୍କ ଗାଡ଼ି ଉପରକୁ ଆଜି ପେଟ୍ରୋଲ୍‌ ବୋମାମାଡ଼ ହୋଇଛି।

ଚେନ୍ନାଇ ସ୍ଥିତ ତାଙ୍କ ଘର ସାମ୍ନାରେ ଏହି ଘଟଣା ଘଟିଥିଲେ ହେଁ ବୋମାମାଡ଼ ବେଳେ ସେ ଗାଡ଼ିରେ ନଥିଲେ। ଏହି ଆକ୍ରମଣରେ ଦିନାକରନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ ଫଟୋଗ୍ରାଫର୍‌ ଗୁରୁତର ଆହତ ହୋଇଛନ୍ତି।

ଏହି ଆକ୍ରମଣର କାରଣ ଜଣାପଡ଼ି ନାହିଁ। ତେବେ ବୁଲେଟ୍‌ ପରିମାଲାମ୍‌ ନାମକ ଜଣେ ଦଳରୁ ବହିଷ୍କୃତ ନେତା ଏଭଳି ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି।

ଦିନାକରଣ ଏଆଇଏଡିଏମ୍‌କେରୁ ବାହାରିଯିବା ପରେ ନିଜର ଏକ ଦଳ ଗଠନ କରିଥିଲେ। ସେ ଚେନ୍ନାଇର ଆର୍‌କେ ନଗର ଉପ ନିର୍ବାଚନରେ ବିଜୟୀ ହୋଇଥିଲେ।

ଏହି ଆସନଟି ଦିବଂଗତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଗଡ଼ ଭାବେ ପରିଚିତ ଥିଲା।



from OdishaReporter https://ift.tt/2mNMd1s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages