
ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ‘ମହାଭାରତ’ ସମସ୍ତଙ୍କ ପାଇଁ ଶିକ୍ଷା ଓ ଜ୍ଞାନର ଏକ ଅସରନ୍ତି ଉତ୍ସ। ପ୍ରତ୍ୟେକ ଚରିତ୍ରଙ୍କୁ ତାଙ୍କ ଭୁଲ୍ ପାଇଁ କିଭଳି ଶାସ୍ତି ମିଳିଛି, ତାହା ଏଥିରେ ଦର୍ଶାଯାଇଛି। ‘ମହାଭାରତ’ରେ ଆଉ ଏକ ବିଶେଷ କଥା ହେଲା, ‘ବିଦୂର ନୀତି’। ଏଥିରେ ମହାତ୍ମା ବିଦୂର ଯେଉଁ ଦିଗ୍ଦର୍ଶନ ଦେଇଛନ୍ତି, ତାହା ଜାଣିବା ବର୍ତ୍ତମାନ୍ ସମୟ ପାଇଁ ଅତ୍ୟନ୍ତ ଉପାଦେୟ।
ଆଜିର ସମୟରେ ଆନେକ ଲୋକଙ୍କୁ ଟଙ୍କା କମାଇବାର ନିଶା ଘାରିଛି। ଏହିଭଳି ଅର୍ଥ ପିପାସୁ ଲୋକମାନେ ରାତାରାତି ଧନୀ ହେବା ନିଶାରେ ବିଭିନ୍ନ ଅନୈତିକ ପନ୍ଥା ଆପଣାଉଛନ୍ତି। କାହାକୁ ତୋଷାମଦ କରି ଅର୍ଥ ଉପାର୍ଜନ କରୁଛନ୍ତି ତ କାହାର ତଣ୍ଟି ଚିପି ବଡ଼ଲୋକ ହେବାକୁ ଚେଷ୍ଟା କରୁଛନ୍ତି। ଏହିଭଳି ଲୋକମାନଙ୍କ ପାଇଁ ମାହାତ୍ମା ବିଦୁର କେତେକ ସତର୍କ ବାଣୀ ଶୁଣାଇଛନ୍ତି। କେଉଁ ଉପାୟରେ ମଣିଷ ଧନ ଉପାର୍ଜନ କଲେ ସେ ଧନୀ ହେବା ବଦଳରେ ଅଧିକ ଗରିବ ହୋଇଯାଏ, ସେ ବିଷୟରେ ବିଦୂର ନୀତି କ’ଣ କହୁଛି ଆସନ୍ତୁ ଜାଣିବା।
୧. କାହା ସହ ଝଗଡ଼ା କରି କିମ୍ବା ବାଦ ବିବାଦ କରି ଆଣିଥିବା ଧନକୁ କେହି ଶାନ୍ତିରେ ଭୋଗ କରିପାରେ ନାହିଁ। ସେମାନଙ୍କ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। ବ୍ୟକ୍ତି ଧନୀ ହେବା ବଦଳରେ ଆହୁରି ଗରିବ ହୋଇଯାଏ।
୨. ଧର୍ମର ଉଲ୍ଲଙ୍ଘନ କରି ବା ଅନୈତିକ ଉପାୟରେ ହୋଇଥିବା ଆୟ ଜୀବନରେ କେବେ ବି କାହାକୁ ଉନ୍ନତୀ କରିବାକୁ ଦିଏ ନାହିଁ। ଏହି ଧନକୁ ସେହି ବ୍ୟକ୍ତିର ସନ୍ତାନମାନେ ନଷ୍ଟ କରିଦିଅନ୍ତି।
୩. ଶତ୍ରୁଙ୍କ ଆଗରେ ମଥାନତ ହୋଇ ଅର୍ଥ ଉପାର୍ଜନ କଲେ ତାହା ମଧ୍ୟ ବ୍ୟକ୍ତିର ଭୋଗ୍ୟ ହୋଇ ନଥାଏ। ଏଭଳି ବ୍ୟକ୍ତିଙ୍କ ମନରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। ସେ ନିଜ ଜୀବନକୁ ଭଲ ଭାବରେ ଜୀଇଁପାରେ ନାହିଁ। ସେ ଧନୀ ହେବା ବଦଳରେ ଧୀରେ ଧୀରେ ଗରିବ ହୋଇଯାଏ।
from OdishaReporter https://ift.tt/2mONAgh
No comments:
Post a Comment