
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା ଦାୟର ହୋଇଛି। ଉତ୍ତର ପ୍ରଦେଶର ଗୋମତୀ ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରିବାକୁ ନେଇ ସେ ଏତଲାରେ ଲଲ୍ଲେଖ କରିଛନ୍ତି ।
ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ, ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢେ, ତାହେଲେ ଭାରତ, ହିନ୍ଦୁ ପାକିସ୍ତାନ ହୋଇଯିବ । ଏହାପରେ ଥରୁରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି ମାମଲାରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ସେପଟେ କଂଗ୍ରସ ମଧ୍ୟ ଥରୁରଙ୍କୁ ଏଭଳି ମନ୍ତବ୍ୟ ଦେବାରୁ କ୍ଷାନ୍ତ ହେବାକୁ କହିଛି।
ଥରୁରଙ୍କ ଏହି ମନ୍ତବ୍ୟ ଉପରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଼ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସ ଆଗାମୀ ନିର୍ବାଚନ କଣ ଧର୍ମ ଅଧାରରେ ଲଢିବ କି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଶ୍ନ କରିଛନ୍ତି ।
from OdishaReporter https://ift.tt/2L6Gdi5
No comments:
Post a Comment