
ସୋର (ଶଶିକାନ୍ତ ବେହେରା): ଘରୋଇ କଳିରୁ ଜଳିଗଲା ଘର! ଉଜୁଡ଼ିଗଲା ସାଂସାର। ୯ ମାସର ଝିଅକୁ ଧରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ ଜଣେ ମହିଳା। ଆଜି ମଧ୍ୟାହ୍ନରେ ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।
ଗାଁ ମାର୍କୋଣା ଗ୍ରାମର ନାରାୟଣ ରାଉତଙ୍କୁ ବିବାହ କରିଥିଲେ ସଞ୍ଜୁଲତା। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ସଂସାର ଠିକ୍ ଭାବେ ଚାଲିଥିଲା। ପରେ ନାରାୟଣ ଅର୍ଥ ରୋଜଗାର ପାଇଁ ମୁମ୍ୱାଇ ଚାଲିଗଲେ। ଗତକାଲି ସେ ଛୁଟିରେ ଘରକୁ ଆସିଥିଲେ। କ’ଣ ହେଲା କେଜାଣି ଆଜି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଞ୍ଜୁଲତା ନିଜର ୯ ମାସର ଝିଅକୁ ଧରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘର ଭିତରେ ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି କରିଥିଲେ। ମାତ୍ର ସେତେବେଳକୁ ମାଆ-ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ୍ ମୃତଦେହ ଜବତ କରିବା ସଙ୍ଗେ ସଙ୍ଗେ ସ୍ୱାମୀ ନାରାୟଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2NFSZ4I
No comments:
Post a Comment