ଖେଳରେ ହିରୋ ପାଠରେ ଜିରୋ: ଜାଣନ୍ତୁ ଏହି ଷ୍ଟାର୍ କ୍ରିକେଟ୍‌ରଙ୍କ ଶିକ୍ଷାଗତ ଯୋଗ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଖେଳରେ ହିରୋ ପାଠରେ ଜିରୋ: ଜାଣନ୍ତୁ ଏହି ଷ୍ଟାର୍ କ୍ରିକେଟ୍‌ରଙ୍କ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ ଭଳି କ୍ରିକେଟର୍‌ ନିଜ ଆକର୍ଷଣୀୟ ଖେଳ ପାଇଁ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହି ଖେଳାଳି ଖେଳ ବ୍ୟତୀତ ନିଜ ଷ୍ଟାଇଲ୍ ଓ ଫ୍ୟାଶନ୍‌ ପାଇଁ ବେଶ୍‌ ଜଣାଶୁଣା। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଯେ ପଡ଼ିଆରେ ବିପକ୍ଷ ଖେଳାଳିଙ୍କୁ ପାଣି ପିଆଇଦେଉଥିବା ଏହି କ୍ରିକେଟର୍‌ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଅଛନ୍ତି। କୋଟି କୋଟି ଟଙ୍କା କମାଉଥିବା ଏହି କ୍ରିକେଟର୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। ବିଦେଶରେ ଇଣ୍ଟରଭ୍ୟୁ ସମୟରେ ଏହି କ୍ରିକେଟର୍‌ ଯେଉଁଭଳି ଇଂରାଜୀ କୁହନ୍ତି, ସେଥିରୁ କେହିବି ବିଶ୍ୱାସ କରିବେନି ଏମାନେ ଏତେ କମ୍‌ ପାଠ ପଢ଼ିଥିବେ ବୋଲି।

ବିରାଟ କୋହଲି: ଭାରତୀୟ ଅଧିନାୟକ ବିରାଟ କୋହଲି ବିଦେଶୀ ମିଡିଆକୁ ଇଣ୍ଟରଭ୍ୟୁ ଦେଉଥିବା ସମୟରେ ଯେଉଁଭଳି ଇଂରାଜୀ କୁହନ୍ତି, ଏଥିପାଇଁ କେହି ବି ଭାବି ପାରିବେନି ଏହି କ୍ରିକେଟର୍‌ ଏତେ କମ୍‌ ପାଠ ପଢ଼ିଥିବେ। ବିରାଟ କୋହଲି ମାତ୍ର ଦ୍ୱାଦଶ କ୍ଲାସ୍‌ ଯାଏ ପଢ଼ିଛନ୍ତି। ପାଠ ପଢ଼ାରେ ସେ ବହୁତ ଦୁର୍ବଳ ଥିଲେ। ଗୋଟିଏ ଥର ସେ ଗଣିତରେ ପରୀକ୍ଷା ଦେଇ ଫୁଲମାର୍କ ୧୦୦ରୁ ମାତ୍ର ୩ ନମ୍ବର ପାଇଥିଲେ।

ରୋହିତ ଶର୍ମା: ଦିନିକିଆ କ୍ରିକେଟ୍‌ର ବାଦ୍‌ଶାହା ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍‌ ଚର୍ଚ୍ଚିତ। ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସେ ତିନି ତିନିଟି ଦ୍ୱିଶତକ ହାସଲ କରିଛନ୍ତି। କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରୋହିତ ବହୁ କଷ୍ଟରେ ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିଛନ୍ତି। ତଥାପି ସେ ଯେଉଁଭଳି ଇଂରାଜୀ କୁହନ୍ତି ଓ ତାଙ୍କ ଲାଇଫ୍‌ଷ୍ଟାଇଲ୍‌କୁ ଦେଖି କେହି କହିବେନି ସେ ଏତେ କମ୍‌ ପାଠ ପଢ଼ିଛନ୍ତି।

ଶିଖର ଧୱନ: ପିଲା ଦିନରୁ ଧୱନ ପାଠପଢ଼ାକୁ ନୁହେଁ, କ୍ରିକେଟ୍‌କୁ ଅଧିକ ଭଲ ପାଉଥିଲେ। ହେଲେ ତାଙ୍କ ଘରଲୋକ ଚାହୁଁଥିଲେ ସେ ଅଧିକ ପାଠ ପଢ଼ନ୍ତୁ। ଏଭଳି ସ୍ଥିତିରେ ଧୱନ ଦ୍ୱାଦଶ କ୍ଲାସ୍‌ ଯାଏ ପଢ଼ିବାକୁ ସକ୍ଷମ ହୋଇଥିଲେ। ଏହାପରେ କ୍ରିକେଟ୍‌ ସହିତ ସେ ଏତେ ଜଡ଼ିତ ରହିଲେ ଆଉ ଆଗକୁ ପଢ଼ିପାରିଲେ ନାହିଁ।

ଯୁବରାଜ ସିଂହ: ୨୦୧୧ ବିଶ୍ୱକପର ହିରୋ ତଥା ସିକ୍ସର୍‌ କିଙ୍ଗ୍ ଯୁବରାଜଙ୍କୁ କିଏ ଭୁଲିପାରିବ? ଆକର୍ଷଣୀୟ ବ୍ୟାଟିଂ ପାଇଁ ସେ ବେଶ୍‌ ଲୋକପ୍ରିୟ। ପିଲାଟି ଦିନରୁ ତାଙ୍କର ପାଠ ପଢ଼ାରେ ମନ ନଥିଲା। ସେ ଦ୍ୱାଦଶ କ୍ଲାସ୍‌ ପରେ ଆଉ ଆଗକୁ ଯାଇପାରିନଥିଲେ।

ସୁରେଶ ରାଇନା: ଆଇପିଏଲ୍‌ରେ ସବୁଠୁ ଅଧିକ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ରାଇନା ମଧ୍ୟ ପାଠ ପଢ଼ାରେ ବହୁ ପଛରେ ଅଛନ୍ତି। ପିଲାଦିନେ ତାଙ୍କର ପାଠ ପଢ଼ାରେ ମନ ଲାଗୁନଥିବା ବେଲେ କ୍ରିକେଟ୍‌ ପ୍ରତି ସେ ବେଶ୍‌ ଆଗ୍ରହ ଦେଖାଉଥିଲେ। ହାଇସ୍କୁଲ୍‌ ପର୍ଯ୍ୟନ୍ତ ପଢ଼ିବା ପରେ ସେ ଆଉ ଆଗକୁ ପଢ଼ିନଥିଲେ।

ଉମେଶ ଯାଦବ: ଭାରତୀୟ ଫାଷ୍ଟ୍‌ ବୋଲର୍‌ ଉମେଶ ଯାଦବଙ୍କ ପିଲାଦିନ ବେଶ୍‌ କଷ୍ଟରେ କଟିଛି। ତଥାପି ସେ ପାଠକୁ ଛାଡ଼ି ଖେଳରେ ସର୍ବଦା ମନ ଲଗାଉଥିଲେ। ଉମେଶ ମଧ୍ୟ କଷ୍ଟେମଷ୍ଟେ ଦ୍ୱାଦଶ କ୍ଲାସ୍‌ ପର୍ଯ୍ୟନ୍ତ ହିଁ ପଢ଼ିପାରିଛନ୍ତି।

ଏମ୍‌ଏସ୍‌ ଧୋନୀ: ଭାରତର ଏହି ପୂର୍ବ ଅଧିନାୟକ ମାତ୍ର ୧୦ମ ପର୍ଯ୍ୟନ୍ତ ପଢ଼ିଥିଲେ। ହେଲେ ସେ କିଛି ବର୍ଷପରେ ଦ୍ୱାଦଶ ପରୀକ୍ଷା ଦେଇ ପାସ୍‌ କରିଥିଲେ।

ସଚିନ ତେନ୍ଦୁଲକର: ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଖୁବ୍‌ କମ୍‌ ବୟସରୁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ଖେଳିଥିଲେ। ପାଠ ପଢ଼ାରେ ସେ ବହୁ ଦୁର୍ବଳ ଥିଲେ। ସେ ୧୦ମରେ ଫେଲ୍‌ ମଧ୍ୟ ହୋଇଥିବା କୁହାଯାଇଛି। ତେବେ ସେ ବହୁ କଷ୍ଟରେ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ି ପାରିଥିଲେ।

 



from OdishaReporter https://ift.tt/2JPrnaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages