ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ରାଗ ଶୁଝାଇଲେ ଲୋକେ, ଭାଙ୍ଗିଲେ ୧୦୦ ଟ୍ରକ୍‌ର ଗାଚ ଓ ଲାଇଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ରାଗ ଶୁଝାଇଲେ ଲୋକେ, ଭାଙ୍ଗିଲେ ୧୦୦ ଟ୍ରକ୍‌ର ଗାଚ ଓ ଲାଇଟ୍‌

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): କାମ ପାଇଟି ସାରି ତରତର ହୋଇ ବୃଦ୍ଧା ଜଣକ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ସଦର ମହକୁମାରେ ଘଟିଛି। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମାଲ୍‌ଗୋଦାମରେ ପଶି ୧୦୦ରୁ ଅଧିକ ଟ୍ରକ୍‌ର କାଚ ଓ ଲାଇଟ୍‌ ଭାଙ୍ଗି ଦେଇଛନ୍ତି।

ସୁଇପର୍‌ କଲୋନୀର ସାବିତ୍ରୀ ନାୟକ ୟା’ ତା’ ଘରେ କାମ କରି ପେଟ ପୋଷନ୍ତି। ଆଜି ଅପରାହ୍ନ ଦେଢ଼ଟା ବେଳେ କାମ ସାରି ତରତର ହୋଇ ଘରକୁ ଫେରୁଥିଲେ। ରେଳଷ୍ଟେସନ୍‌ ଗୋଧିବସା ଅଞ୍ଚଳରେ ଏକ ଟ୍ରକ୍‌ ପଛେଇ ପଛେଇ ଆସୁଥିବା ବେଳେ ସାବିତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ ଆସୋସିଏସନ୍‌ ଅଫିସ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ମାଲ୍‌ଗୋଦାମରେ ଛିଡ଼ା ହୋଇଥିବା ୧୦୦ରୁ ଅଧିକ ଟ୍ରକ୍‌ର କାଚ ଓ ଲାଇଟ୍‌ ଭାଙ୍ଗି ଦେଇଛନ୍ତି। ମୃତ ବୃଦ୍ଧାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବାଲେଶ୍ୱର-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।



from OdishaReporter https://ift.tt/2NCY79S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages