
ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ଆଜି ଜମ୍ମୁ-କଶ୍ମୀରର କୁଲଗାମ୍ରୁ ଆତଙ୍କବାଦୀମାନେ ଜଣେ କନଷ୍ଟେବଲ୍ଙ୍କୁ ଅପହରଣ କରି ନେଇଛନ୍ତି। କନଷ୍ଟେବଲ୍ଙ୍କ ପରିଚୟ ମିଳି ନଥିବା ବେଳେ ସେ କଠୁଆରେ ତାଲିମ ନେଉଥିଲେ। ଗତକାଲି ସେ ଛୁଟି ନେଇ ଘରକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ଅପହରଣ କରି ନେଇଥିବା ଜଣାପଡ଼ିଛି। ତାଙ୍କୁ ଖୋଜିବା ପାଇଁ ଉଭୟ ସେନା ଓ ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। କିଛିଦିନ ତଳେ ୪୪ ରାଷ୍ଟ୍ରୀୟ ରାଇଫଲ୍ର ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। କିଛି ସମୟ ପରେ ପୁଲୱାମାର ଗୁସୁ ଗାଁ ନିକଟ ରାସ୍ତା କଡ଼ରୁ ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେଲା ଦକ୍ଷିଣ କଶ୍ମୀରର ବିଭିନ୍ନ ଜିଲ୍ଲାରେ ଆତଙ୍କବାଦୀମାନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବାର ନଜିର ରହିଛି। ଆତଙ୍କବାଦୀମାନେ କେତେବେଳେ ସୁରକ୍ଷାକର୍ମଙ୍କୁ ଅପହରଣ କରି ନେଉଛନ୍ତି ତ ଆଉ କେତେବେଳେ ସେମାନଙ୍କ ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟି ନେଉଛନ୍ତି।
from OdishaReporter https://ift.tt/2mzqpXm
No comments:
Post a Comment