ସଲମାନ୍‌ଙ୍କ ପାଇଁ ଷ୍ଟେଜ୍‌ ଛାଡ଼ି ଚାଲି ଯାଇଥିଲେ ଫାର୍‌ହା, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ସଲମାନ୍‌ଙ୍କ ପାଇଁ ଷ୍ଟେଜ୍‌ ଛାଡ଼ି ଚାଲି ଯାଇଥିଲେ ଫାର୍‌ହା, ଜାଣନ୍ତୁ କାରଣ

ମୁମ୍ବାଇ: ସଲମାନ୍‌ ଖାନ୍‌ ଓ ଫାର୍‌ହା ଖାନ୍‌ ଅନେକ ବର୍ଷର ପୁରୁଣା ସାଙ୍ଗ। ଫାର୍‌ହା ଭାଇଜାନ୍‌ଙ୍କ ଅନେକ ଫିଲ୍ମ କୋରିଓଗ୍ରାଫି ବି କରିଛନ୍ତି। କିନ୍ତୁ ଫାର୍‌ହା ତାଙ୍କ ନିଜ ନିର୍ଦ୍ଦେଶନାରେ ଅନେକ ସୁପରହିଟ୍‌ ଫିଲ୍ମ ସଲମାନ୍‌ଙ୍କ ସହ ନକରି ଶାହାରୁଖ୍‌ ଖାନ୍‌ଙ୍କ ସହ କରିଥିଲେ। ଏସବୁ ସତ୍ତ୍ୱେ ଫାର୍‌ହା ଓ ସଲ୍ଲୁମିଆଁଙ୍କ ମଧ୍ୟରେ କେବେ ବି ଦୂରତା ଦେଖିବାକୁ ମିଳିନି।

କିନ୍ତୁ ଜାଣିଛନ୍ତି ସଲମାନ୍‌ଙ୍କ ପାଇଁ ଫାର୍‌ହା ଥରେ ଷ୍ଟେଜ୍‌ ଛାଡ଼ି ପଳାଇଥିଲେ। ଏକଥା ନିଜେ ସଲମାନ୍‌ ତାଙ୍କ ରିୟାଲିଟି ଶୋ’ ‘ଦଶ କା ଦମ୍‌’ରେ ଖୁଲାସା କରିଛନ୍ତି। ନିକଟରେ ଏହି ଶୋ’କୁ ଫାର୍‌ହା ଖାନ୍‌ ଓ ଶିଳ୍ପା ସେଟ୍ଟୀ ଆସିଥିଲେ। ଦୁଇଜଣ ଷ୍ଟାର୍‌ ମିଶି ସଲମାନ୍‌ଙ୍କ ଜୀବନର ଅନେକ ରାଜ୍‌ ଖୋଲିଥିଲେ। ଆଉ ସେ ସମୟରେ ସଲମାନ୍‌ ବି ଫାର୍‌ହାଙ୍କ ସହ ଜଡ଼ିତ ୨୯ ବର୍ଷର କିଛି ପୁରୁଣା ସ୍ମୃତି ଶେୟାର କରିଥିଲେ।

ସଲମାନ୍‌ କହିଥିଲେ, ‘‘ସେତେବେଳେ ମୋତେ ସୁରଜ ବଡ୍‌ଜାତିୟାଙ୍କ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ପାଇଁ ସ୍କ୍ରିନ୍‌ ଟେଷ୍ଟ୍‌ ଦେବାକୁ କୁହାଯାଇଥିଲା। ମୋତେ ସେସବୁ ଆସୁନଥିବାରୁ ମୁଁ ଫାର୍‌ହା ଖାନ୍‌ଙ୍କୁ ସାହାଯ୍ୟ ମାଗିଥିଲି। ମୋତେ ଲାଗିଥିଲା ଯେ ଫାର୍‌ହା ଖୁବ୍ ଭଲ କୋରିଓଗ୍ରାଫର୍‌ ସେ ମୋତେ ନିଶ୍ଚିତ ଭାବେ ସାହାଯ୍ୟ କରିବେ। ଆଉ ସ୍କ୍ରିନ୍‌ ଟେଷ୍ଟ୍‌ ପାଇଁ ମୋତେ କିଛି  ଷ୍ଟେପ୍‌ ବି ଶିଖାଇଦେବେ।  କିନ୍ତୁ ଫାର୍‌ହା ଯେବେ ମୋ ଡ୍ୟାନ୍ସ ଦେଖିଲେ, ତାଙ୍କୁ ଖରାପ୍‌ ଲାଗିଥିଲା। ମୁଁ ଏତେ ଖରାପ୍‌ ଡ୍ୟାନ୍ସ କରୁଥିଲି ଯେ ତାଙ୍କୁ କିଛି ଆଶା ଦେଖା ଯାଇନଥିଲା।  ସେ ସଙ୍ଗେସଙ୍ଗେ ପ୍ରାକ୍ଟିସ୍‌ ଷ୍ଟେଜ୍‌ ଛାଡ଼ି ପଳାଇଥିଲେ। ଏକଥା ମୋତେ ପରେ ଜଣା ପଡ଼ିଥିଲା।’’

 

 

 



from OdishaReporter https://ift.tt/2NUCYrx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages