ପାକିସ୍ତାନର ଏହି ସହରର ଲୋକ ୪୧ ବର୍ଷ ହେଲା ଦେଇ ନାହାନ୍ତି ଭୋଟ୍‌: ଏମାନଙ୍କୁ ମିଳିନି ମୁସଲିମ୍‌ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ପାକିସ୍ତାନର ଏହି ସହରର ଲୋକ ୪୧ ବର୍ଷ ହେଲା ଦେଇ ନାହାନ୍ତି ଭୋଟ୍‌: ଏମାନଙ୍କୁ ମିଳିନି ମୁସଲିମ୍‌ ମାନ୍ୟତା

ଇସ୍‌ଲାମାବାଦ: ଆସନ୍ତା ୨୫ରେ ପାକିସ୍ତାନରେ କିଏ ସରକାର ଗଠନ କରିବ ସେଥିପାଇଁ ଭୋଟ୍ ହେବ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। କିନ୍ତୁ ପାକିସ୍ତାନର ଏମିତି ଏକ ସହରର ରହିଛି, ଯାହାର ଅଧିବାସୀ ଦୀର୍ଘ ୪୧ ବର୍ଷ ହେଲାଣି ଭୋଟଦାନ ଅଧୀକାରରୁ ଦୂରେଇ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରାବୱା ସହରର ଲୋକଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଘଟିଛି। ଅବଶ୍ୟ ୧୯୭୭ରେ ତତ୍କାଳୀନ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲୀ ଭୁଟ୍ଟୋ ଏହି ସହରବାସୀଙ୍କୁ ମୁସଲିମମାନଙ୍କ ସହ ମିଶି ଭୋଟ୍‌ ଦେବାକୁ ଅନୁମତି ଦେଇଥିଲେ। କିନ୍ତୁ ଏଠାକାର ଅଧିବାସୀ ଏଭଳି ଅନୁମତିରେ କ୍ଷୁବ୍ଧ ହେବା ସହ ଭୋଟ୍‌ଦାନରୁ ନିଜକୁ ଦୂରେଇ ରଖିଥିଲେ। ଏହି ରାବୱା ସହରର ଜନସଂଖ୍ୟା ୧ ଲକ୍ଷ ହୋଇଥିବା ବେଳେ ଏଠାରେ ୯୦% ଲୋକ ହେଉଛନ୍ତି ଅହମାଦି।  ଏମାନଙ୍କୁ ମୁସଲିମ ସଂପ୍ରଦାୟର ମାନ୍ୟତା ମିଳି ନଥିବାରୁ ଏମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଫଳରେ ସେମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି।

ଖାସ୍‌ ଏହି କାରଣରୁ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ମଧ୍ୟ ଏହି ସହରକୁ ପ୍ରଚାର ପାଇଁ ଯାଆନ୍ତି ନାହିଁ। ସହରର କୌଣସି ସ୍ଥାନରେ ରାଜନୀତିକ ଦଳ କିମ୍ବା ରାଜନେତାଙ୍କ ଫଟୋ ଚିତ୍ର ଥିବା ବ୍ୟାନର୍‌ ଲଗାଯାଏ ନାହିଁ। ପାକିସ୍ତାନରେ ପାଖାପାଖି ୫ ଲକ୍ଷ ଅହମାଦି ସଂପ୍ରଦାୟର ଲୋକ ରହୁଥିବା ବେଳେ ଏମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଲେ ବେଶ୍‌ ଦବଦବା ସୃଷ୍ଟି କରିପାରିବେ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। କିନ୍ତୁ ଅହମାଦିମାନେ ସର୍ବଦା ନିର୍ବାଚନରୁ ନିଜକୁ ଦୂରେଇ ରଖନ୍ତି। ନିର୍ବାଚନ କମିଶନ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁ ନାହାନ୍ତି। ପାକିସ୍ତାନର ଇସଲାମିକ୍‌ ପାର୍ଟି ଗୁଡ଼ିକ ମଧ୍ୟ ଅହମାଦି ସଂପ୍ରଦାୟର ବିରୋଧୀ। ଗତବର୍ଷ ଅହମାଦି ସଂପ୍ରଦାୟର ଲୋକମାନେ ଆଇନ୍‌ରେ ପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ ମାନ୍ୟତା ଦିଆଯାଉ ବୋଲି ଦାବି କରିଥିଲେ। କିନ୍ତୁ ଇସଲାମିକ୍‌ ସଂଗଠନର ଲୋକମାନେ ଏହାକୁ ବିରୋଧ କରି ସଂସଦ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ରାଜନୀତିକ ବିଶେଷଜ୍ଞଙ୍କ ମତରେ ଯଦି ଅହମାଦିମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଏ, ତା’ହେଲେ କେବଳ ପଞ୍ଜାବର ୨୦ଟି ଆସନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାରଣ ଏଠାରେ ଇସଲାମିକ ଓ ଅହମାଦିଙ୍କ ସଂଖ୍ୟା ପ୍ରାୟ ସମାନ।  ପରାଧୀନ ଭାରତ ତଥା ୧୮୮୯ରେ ଅହମାଦି ସଂପ୍ରଦାୟର ଆର୍ବିଭାବ ହୋଇଥିଲା। ତେବେ ଏମାନ କୋରାନ୍‌ କିମ୍ବା ଅନ୍ୟ ଇସ୍‌ଲାମ ଆଇନ୍‌କୁ ବିଶ୍ୱାସ କରନ୍ତି ନାହିଁ। ଏମାନେ ଚପଳ ତିଆରି କରିବାଠାରୁ ଆରମ୍ଭ କରି ଗାଡ଼ି ମରାମତି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।



from OdishaReporter https://ift.tt/2zZ7K0n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages