ମିଳିଲା ଜଣଙ୍କ ମୃତଦେହ, ଏବେ ବି ୪ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ମିଳିଲା ଜଣଙ୍କ ମୃତଦେହ, ଏବେ ବି ୪ ନିଖୋଜ

dead-body

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥଇବା ୬ ଜଣଙ୍କର ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲିଆପାଳ ବ୍ଲକର କଙ୍କଡ଼ାପାଳ ଘାଟରୁ ଏହି ମୃତଦେହ ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୁଳକୁ ଫେରିଥିବା ସୂଚନା ମିଳିଛି। ପୂର୍ବରୁ ପହଁରି ପହଁରି ୧୧ ଜଣ ଜେଟିକୁ ଫେରିଥିଲେ। ଅନ୍ୟ ୪  ଜଣଙ୍କ ବିଷୟରେ କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କ ଖୋଜାଖୋଜି କରାଯାଉଛି। ଜିଲ୍ଲା ସଦର ମହକୁମାରୁ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଭୋଗରାଇ କୀର୍ତ୍ତନିଆ ଜେଟିରୁ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ୨ଟି ଭୁଟ୍‌ଭୁଟିରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାହା ବୁଡ଼ି ଯାଇଥିଲା।



from OdishaReporter https://ift.tt/2uUTjVw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages