ଥାର୍ଡଫ୍ଲୋର‌ରେ ଦୁର୍ନୀତିର ଗନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଥାର୍ଡଫ୍ଲୋର‌ରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର :  ରାଜ୍ୟ ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ତୃତୀୟ ମହଲାରେ ଏବେ ଦୁର୍ନୀତିର ଗନ୍ଧ। ସମସ୍ତଙ୍କ ଜାଣତରେ ଏହି କୋଟିକୋଟି ଟଙ୍କାର ଦୁର୍ନୀତି କାରବାର ଚାଲିଥିଲେ ମଧ୍ୟ ଏଥିପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଆଖି ବୁଜି ଦିଆଯାଇଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି, ସରକାରଙ୍କ ସମସ୍ତ ଆଇଇସି (ଇନ‌୍‍ର୍ଫମେସନ‌୍‍-ଏଜୁକେସନ‌୍‍-କମ୍ୟୁନିକେସନ‌୍‍) କାର୍ଯ୍ୟକ୍ରମକୁ କୁଆଡେ଼ ତୃତୀୟ ମହଲାର ଜଣେ ବରିଷ୍ଠ ଅଧିକାରୀଙ୍କ ଇଙ୍ଗିତରେ କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଓ ଲୋକଙ୍କୁ ଟେକି ଦିଆଯାଉଛି।ନିର୍ବାଚନୀ ବର୍ଷରେ ରାଜ୍ୟ ରାଜକୋଷରୁ ଏହି ଆଇଇସି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବଜେଟ‌୍‍ ରହିଛି।କିନ୍ତୁ ଚର୍ଚ୍ଚା ହେଉଛି ଏହି ଅଫିସର‌୍‍ଙ୍କ ନିଦ୍ଦେର୍ଶରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ରାଜ୍ୟ ବ୍ୟାପୀ ହୋର୍ଡିଂ ଲଗାଇବା, ବିଭିନ୍ନ ମାଧ୍ୟମରେ ଲୋକଙ୍କ ନିକଟରେ ସଚେତନତା କାର୍ଯ୍ୟକ୍ରମକୁ ପହଂଚାଇବା ଓ ଲୋକଙ୍କୁ ଭାଗିଦାର କରିବା ଓ ଗଣମାଧ୍ୟମରେଏ ସବୁ ପ୍ରସାରଣ ଆଦି ଭଳିଆଇଇସି କାର୍ଯ୍ୟକ୍ରମ ନିମନ୍ତେ ସରକାର ଏବେ ଗୁରୁତ୍ୱ ଦେଉଛନ୍ତି।ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏ ସବୁକାର୍ଯ୍ୟବିନା ଟେଣ୍ଡରରେ ଆବଂଟିତ ହେଉଛି।ତୃତୀୟ ମହଲାର ଏହି ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ନିଦ୍ଦେର୍ଶରେ ବିଭାଗଗୁଡ଼ିକ ସମ୍ପୃକ୍ତ ଆଇଇସି କାର୍ଯ୍ୟକ୍ରମର କାର୍ଯ୍ୟାଦେଶ ଦେଉଛନ୍ତି। ଚର୍ଚ୍ଚା ହେଉଛି, ଏହି ଅଫିସର‌୍‍ କୁଆଡେ଼ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ପ୍ରତି ଅହେତୁକ ଅନୁଗ୍ରହ ଦେଖାଇ ଆଇଇସି କାର୍ଯ୍ୟକ୍ରମ ଟେକି ଦେଉଛନ୍ତି।ଯେଉଁଥି ପାଇଁ ସରକାରୀ ଅର୍ଥ ଖର୍ଚ୍ଚରେ ସ୍ୱଚ୍ଛତା ରହୁନାହିଁ ଓ ଏହିକାର୍ଯ୍ୟାଦେଶ ଆବଂଟନ ପଛରେ କୁଆଡେ଼ ମୋଟା ଅଙ୍କର କିକ‌୍‍ବ୍ୟାକ‌୍‍ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି।ନିକଟରେ ରଥଯାତ୍ରା ପାଇଁ ସରକାରୀ ହୋର୍ଡିଂ ଲଗାଯିବା ବେଳେ ମଧ୍ୟ ସରକାରୀ ଟେଣ୍ଡରକୁ ଅଚାନକ ବାତିଲ କରିଦିଆଯାଇଥିଲା। ଚର୍ଚ୍ଚା ହେଉଛି, ଏହି ଅତିରିକ୍ତ ସଚିବଙ୍କ ଏଭଳି କୋଟିକୋଟି ଟଙ୍କାର ଅନୈତିକ କାରବାର ସମ୍ପର୍କରେ ତୃତୀୟ ମହଲାର କ୍ଷମତା କେନ୍ଦ୍ର ଅବଗତ ଅଛନ୍ତି।କିନ୍ତୁ ସେହି ଅଫିସର‌୍‍ ଜଣକ କୁଆଡେ଼ ଏହି କ୍ଷମତା କେନ୍ଦ୍ରଙ୍କ ଅନେକ କିଛି ଭିତିରି କଥା ଜାଣିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହେଉ ନାହିଁ ବୋଲି ଚର୍ଚ୍ଚା।

 



from OdishaReporter https://ift.tt/2NAdjo4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages