ଅଡ଼ୁଆରେ ‘ସଞ୍ଜୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଅଡ଼ୁଆରେ ‘ସଞ୍ଜୁ’

ମୁମ୍ବାଇ: ବକ୍ସ ଅଫିସରେ ଧମାକା କରିଥିବା ବଲିଉଡ୍‌ ଫିଲ୍ମ ‘ସଞ୍ଜୁ’ ଏବେ ପୁଣି ଅଡ଼ୁଆରେ ପଡ଼ିଛି। ବଲିଉଡ୍‌ ସୁପରଷ୍ଟାର୍‌ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ଏଥିରେ ୧୯୯୩ ମୁମ୍ବାଇ ବିସ୍ଫୋରଣର କିଛି କାହାଣୀ ରହିଛି। ତେବେ ଫିଲ୍ମରେ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ଅବୁ ସାଲେମ୍‌ଙ୍କ ବିଷୟରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଅବୁ ସାଲେମଙ୍କ ଓକିଲ ସଞ୍ଜୁ ପିଲ୍ମର ନିର୍ମାତାଙ୍କୁ ନୋଟିସ୍‌ ପଠାଇଛନ୍ତି। ଫିଲ୍ମରେ ଅବୁ ସାଲେମଙ୍କ ସମ୍ପର୍କରେ ଭୁଲ ତଥ୍ୟକୁ ସାର୍ବଜନୀନ କରାଯାଇଥିବାରୁ ଏହାର ନିର୍ମାତା କ୍ଷମା ମାଗନ୍ତୁ ବୋଲି ନୋଟିସ୍‌ରେ କୁହାଯାଇଛି। ଯଦି ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ ନ ମିଳେ, ତା’ହେଲେ ଫିଲ୍ମର ନିର୍ମାତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରାଯିବ ବୋଲି ଅବୁ ସାଲେମଙ୍କ ଓକିଲ କହିଛନ୍ତି। ଏହି ନୋଟିସ୍‌ଟିକୁ ଫିଲ୍ମ ନିର୍ଦ୍ଦେଶକ ରାଜୁ ହିରାନୀ, ବିଧୁ ବିନୋଦ ଚୋପ୍ରା ଓ ଅନ୍ୟ କିଛି ଲୋକଙ୍କୁ ପଠାଯାଇଛି। ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ଦଙ୍ଗାରେ ଅବୁ ସାଲେମ୍‌ ସଞ୍ଜୟ ଦତ୍ତଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ ଏବଂ ଏହାକୁ ନିଜ ପାଖରେ ରଖିବାକୁ ନିବେଦନ କରିଥିଲେ ବୋଲି ଫିଲ୍ମରେ ପ୍ରଦର୍ଶନ କରାଯାଇଛି। କିନ୍ତୁ ଅବୁଙ୍କ ଓକିଲ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ପୂର୍ବରୁ ସଞ୍ଜୁ ଫିଲ୍ମରେ ମିଡିଆକୁ ସମାଲୋଚନା କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା।



from OdishaReporter https://ift.tt/2LuIggG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages