ଡୋପ୍‌ ଟେଷ୍ଟ୍‌ରେ ଦୋଷୀ ଖେଳାଳିଙ୍କୁ ବିସିସିଆଇ ଖେଳରୁ ବାଦ୍‌ ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଡୋପ୍‌ ଟେଷ୍ଟ୍‌ରେ ଦୋଷୀ ଖେଳାଳିଙ୍କୁ ବିସିସିଆଇ ଖେଳରୁ ବାଦ୍‌ ଦେଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ)ର ସିଲେକ୍‌ସନ୍‌ କମିଟି ବିଗତ ସିଜିନ୍‌ରେ ‘ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି’ରେ ପ୍ରତିବନ୍ଧିତ ପଦାର୍ଥ ନେଇଥିବା ଯୋଗୁ ପଞ୍ଜାବର ୱିକେଟ୍‌କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଅଭିଷେକ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ସୋମବାର ବିସିସିଆଇ ଦିଲ୍ଲୀପ ଟ୍ରଫି ଖେଳିବା ପାଇଁ ଅଭିଷେକଙ୍କୁ ଇଣ୍ଡିଆ-ରେଡ୍‌ ଟିମ୍‌ରେ ସ୍ଥାନ ଦେଇଥିଲେ। କିନ୍ତୁ ଶୀଘ୍ର ବିସିସିଆଇ ତା’ର ଏହି ଭୁଲ୍‌କୁ ସୁଧାରି ନେଇଛି। ଅଭିଷେକଙ୍କ ସ୍ଥାନରେ ଅକ୍ଷୟ ୱାଡକରଙ୍କୁ ଇଣ୍ଡିଆ-ରେଡ୍‌ ଟିମ୍‌ରେ ରଖାଯାଇଛି। ଦିଲ୍ଲୀପ ଟ୍ରଫି ୧୭ ଅଗଷ୍ଟରୁ ୭ ସେପ୍ଟେମ୍ୱର ମଧ୍ୟରେ ଖେଳାଯିବ। ଅଭିଷେକଙ୍କ ବଦଳରେ ଅକ୍ଷୟଙ୍କୁ ଟିମ୍‌ରେ ରଖାଯିବ ବୋଲି ବିସିସିଆଇ ପକ୍ଷରୁ ସୋମବାର ବିଳମ୍ୱିତ ରାତିରେ ଏକ ବୟାନ୍‌ରେ କୁହାଯାଇଛି।

ବୟାନ୍‌ ଅନୁସାରେ, ବିସିସିଆଇର ଡୋପିଙ୍ଗ୍‌ ନିରୋଧ ଟିମ୍‌ ବୋର୍ଡକୁ ଜଣାଇଛନ୍ତି ଯେ, ଡୋପ୍‌ ଟେଷ୍ଟରେ ଦୋଷୀ ଅଭିଷେକଙ୍କୁ ଖେଳରୁ ୮ ମାସ ପାଇଁ ବାସନ୍ଦ କରାଯାଇଥିଲା। ଏହି ବର୍ଷ ୧୪ ସେପ୍ଟେମ୍ୱରକୁ ତାଙ୍କର ୮ ମାସ ସମ୍ପୂର୍ଣ୍ଣ ହେଉଛି। ଏହା ପରେ ସିଲେକ୍‌ସନ୍‌ କମିଟି ଅଭିଷେକଙ୍କ ବଦଳରେ ଅକ୍ଷୟଙ୍କୁ ଇଣ୍ଡିଆ ରେଡ୍‌ ଟିମ୍‌ରେ ଚୟନ କରିଛନ୍ତି।

୧୫ ଜାନୁୟାରୀ ‘ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି’ ସମୟରେ ଅଭିଷେକଙ୍କର ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ତାଙ୍କର ପରିସ୍ରାର ନମୁନାରେ ପ୍ରତିବନ୍ଧିତ ପଦାର୍ଥର ସନ୍ଧାନ ମିଳିଥିଲା। ସେହି କାରଣରୁ ବିସିସିଆଇ ତାଙ୍କ ଉପରେ ୮ ମାସର ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ପରେଅଭିଷେକ ନିଜର ଦୋଷ ମାନି ନେଇଥିଲେ ଏବଂ କହିଥିଲେ ସେ ସେହି ଔଷଧର ସେବନ ଅଜାଣତରେ କରିଥିଲେ। ତାଙ୍କୁ ସେହି ଔଷଧ ଖାଇବା ପାଇଁ କୁହାଯାଇଥିଲା। ବିସିସିଆଇ ଅଭିଷେକଙ୍କ ବୟାନ୍‌ ଶୁଣିବା ପରେ ସନ୍ତୁଷ୍ଟ ହୋଇ ତାଙ୍କର ଖେଳିବା ଉପରେ ୮ ମାସର ପ୍ରତିବନ୍ଧକ ଲଗାଇଥିଲେ। ଅଭିଷେକ ପୂର୍ବ ବର୍ଷ ଅକ୍ଟୋବର୍‌ରେ ପଞ୍ଜାବ ଟିମ୍‌ ପାଇଁ  ଖେଳିବା ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ।



from OdishaReporter https://ift.tt/2v06VyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages