ରାଜସ୍ଥାନରେ ଗୋ-ମୂତ୍ରର ଚାହିଦା: ଜାଣନ୍ତୁ ଲିଟ୍‌ର ପିଛା ଦାମ୍‌ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ରାଜସ୍ଥାନରେ ଗୋ-ମୂତ୍ରର ଚାହିଦା: ଜାଣନ୍ତୁ ଲିଟ୍‌ର ପିଛା ଦାମ୍‌ କେତେ

ଜୟପୁର: କେବଳ ଗାଈ କ୍ଷୀର ନୁହେଁ, ଗୋ-ମୂତ୍ରର ଚାହିଦା ମଧ୍ୟ ଏବେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଗୋ-ମୂତ୍ରର ଚାହିଦା ଯୋଗୁ ଏବେ ରାଜସ୍ଥାନରେ ଚାଷୀମାନେ ମାଲାମାଲ୍‌ ହେବାକୁ ବସିଛନ୍ତି। ସମସ୍ତେ ଗୋ-ଚାଷ କରିବାକୁ ଆଗେଇ ଆସୁଛନ୍ତି। ରାଜସ୍ଥାନରେ ଗୋ-ମୂତ୍ରର ଚାହିଦା ଏତେ ବଢ଼ି ଯାଇଛି ଯେ ଗୋପାଳକମାନେ ଏବେ ଏହାକୁ ଲିଟ୍‌ର ପିଛା ୩୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷ କରି ଗିର୍‌ ଓ ଥାର୍‌ପର୍‌କର୍‌ ପ୍ରଜାତିର ହାଇବ୍ରିଡ୍‌ ଗାଈଙ୍କ ମୂତ୍ର ଲିଟ୍‌ର ପିଛା ହୋଲସେଲ୍‌ ମାର୍କେଟରେ ୧୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଖୁଚରା ବଜାରରେ ଏହାର ଦାମ ଢେର ଅଧିକ। ଅନ୍ୟପକ୍ଷରେ ଗାଈ କ୍ଷୀର ଏବେ ଲିଟ୍‌ର ପିଛା ୨୨ରୁ ୨୫ ଟଙ୍କା ରହିଛି।

କୈଲସ ଗୁଜ୍ଜର ନାମକ ଜଣେ ଗୋପାଳକ ପ୍ରଥମେ ଲୋକଙ୍କୁ ଗୋ-ମୂତ୍ର ବିକ୍ରି କରିବା ଆରମ୍ଭ କରିଥିଲେ। ସେ ପୂର୍ବରୁ କେବଳ ଗାଈ କ୍ଷୀର ବିକ୍ରି କରୁଥିଲେ। କିନ୍ତୁ ଗୋ-ମୂତ୍ର ବିକ୍ରି କରିବା ପରେ ତାଙ୍କ ଆୟ ୩୦% ବୃଦ୍ଧି ଘଟିଛି। ଚାଷୀମାନେ ଗୋ-ମୂତ୍ରକୁ କୀଟନାଶକ ବା ପେଷ୍ଟିସାଇଡ୍‌ସ ଭାବେ ବ୍ୟବହାର କରୁଛନ୍ତି। ଏଥିସହ ଗୋ-ମୂତ୍ରରୁ ବିଭିନ୍ନ ଔଷଧ ତିଆରି କରିବା ସହ ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ଏହି ସବୁ କାରଣରୁ ଧୀରେଧୀରେ ଗୋ-ମୂତ୍ରର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଏହାର ଲିଟ୍‌ର ପିଛା ଦାମ ମଧ୍ୟ ବୃଦ୍ଧି ପାଇଛି। ଗୁଜ୍ଜର କହିଛନ୍ତି, ରାତି ତମାମ ସେ ଗୋ-ଶାଳାରେ ଉଜାଗର ରୁହନ୍ତି। ଗାଈମାନେ ପରିଶ୍ରା କରିବା ବେଳେ ଏଗୁଡ଼ିକ ଯେମିତି ତଳେ ପଡ଼ିବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦିଅନ୍ତି। ଗାଈ ଆମର ମା’ ହୋଇଥିବାରୁ, ରାତି ଅନିଦ୍ରା ହେବାକୁ ମୁଁ କେବେ ହେଲେ କୁଣ୍ଠାବୋଧ କରେନାହିଁ ବୋଲି ସେ କହିଛନ୍ତି। ଗୁଜ୍ଜର ଦୀର୍ଘ ୨ ଦଶନ୍ଧି ଧରି କ୍ଷୀର ବିକ୍ରି କରି ଆସୁଛନ୍ତି।

ଓମ୍‌ ପ୍ରକାଶ ମୀନା ନାମକ ଜଣେ କ୍ଷୀର ବ୍ୟବସାୟୀ ଏବେ ଗିର୍‌ ଗୋ-ଶାଳାରୁ ଗୋ-ମୂତ୍ର କିଣିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି, ମୁଁ ଏବେ ଗୋ-ମୂତ୍ର ଲିଟ୍‌ର ପିଛା ୩୦ରୁ ୫୦ ଟଙ୍କାରେ ବିକ୍ରି କରୁଛି। ବିଶେଷ କରି ଜୈବିକ କୃଷି ପ୍ରଣାଳୀରେ ଚାଷ କରୁଥିବା କୃଷକମାନେ ଏହାକୁ କିଣୁଛନ୍ତି। ଚାଷ ଜମିରେ ଗୋ-ମୂତ୍ର ପ୍ରୟୋଗ କରିବା ଦ୍ୱାରା କୀଟପୋକ ଦାଉରୁ ଫସଲ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉଦୟପୁରଠାରେ ଥିବା ମହାରାଣା ପ୍ରତାପ ୟୁନିର୍ଭସିଟି ଅଫ୍‌ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲଜି ମାସକୁ  ଜୈବିକ କୃଷି ପାଇଁ ୩୦୦ରୁ ୫୦୦ ଲିଟ୍‌ର ଗୋ-ମୂତ୍ର ବ୍ୟବହାର କରିଥାଆନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ଏହାକୁ ବ୍ୟବହାର କରି ଫସଲକୁ ସୁରକ୍ଷିତ ରଖାଯାଉଛି। ବିଶ୍ୱବିଦ୍ୟାଳୟର କୁଳପତି ଉମା ଶଙ୍କର କହିଛନ୍ତି, ଗୋ-ମୂତ୍ର ଦ୍ୱାରା ଚାଷୀମାନଙ୍କ ଆୟ ବୃଦ୍ଧି ପାଇଛି। ରାଜସ୍ଥାନରେ ସରକାରୀ ଅନୁଦାନରେ ୨୫୬୨ଟି ଗୋ-ଶାଳା ଚାଲିଥିବା ବେଳେ ୮,୫୮,୯୬୦ଟି ଗାଈ ଏଠାରେ ରହିଛନ୍ତି।



from OdishaReporter https://ift.tt/2Ll3Jsk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages