ଆପଣ କେଉଁ ଫୋନ୍ ବ୍ୟବହାର କରୁଛନ୍ତି? ଆଣ୍ଡ୍ରଏଡ୍ ନା ଆଇ-ଫୋନ୍? ପ୍ରଭାବିତ ହୋଇପାରେ ଆପଣଙ୍କ ଲଭ୍ ଲାଇଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଆପଣ କେଉଁ ଫୋନ୍ ବ୍ୟବହାର କରୁଛନ୍ତି? ଆଣ୍ଡ୍ରଏଡ୍ ନା ଆଇ-ଫୋନ୍? ପ୍ରଭାବିତ ହୋଇପାରେ ଆପଣଙ୍କ ଲଭ୍ ଲାଇଫ୍

love

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ପାର୍ଟନର୍‌ଙ୍କ ସହ ଆପଣଙ୍କ ଡେଟିଙ୍ଗ୍‌ ଲାଇଫ୍‌ ଠିକ୍‌ ଭାବରେ ଚାଲୁନି, ତେବେ ଏହାର କାରଣ ଆପଣଙ୍କ ମୋବାଇଲ୍‌ ଫୋନ୍‌ ହୋଇପାରେ ! କଥାଟା ଶୁଣି ଚମକି ପଡ଼ିଲେ କି? ଆଜ୍ଞା ହଁ, ଆଜାକିଲା ମୋବାଇଲ୍‌ ଫୋନ୍‌ ହିଁ ଆପଣଙ୍କ ଲଭ୍‌ ଲାଇଫ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ପାର୍ଟନର୍‌ଙ୍କୁ ଆପଣ କେତେ ଆକର୍ଷଣୀୟ ଲାଗୁଛନ୍ତି, ତାହା ମୋବାଇଲ୍‌ ଫୋନ୍‌ ଉପରେ ହିଁ ନିର୍ଭର କରିଥାଏ। ଏବେ ଏବେ ଭାବୁଥିବେ ଯେ, ମୋବାଇଲ୍‌ ଫୋନ୍‌ ସହିତ ଲଭ୍‌ ଲାଇଫ୍‌ର ସମ୍ପର୍କ କେମିତି ରହିଛି? ନିକଟରରେ ଏ ସଂପର୍କରେ ଏକ ଗବେଷଣା ହୋଇଥିଲା। ଆସନ୍ତୁ ଜାଣିବା କ’ଣ କହୁଛି ଏହି ରିସର୍ଚ୍ଚ ରିପୋର୍ଟ?

ଡିକ୍ଲଟର୍‌ (Decluttr) ହେଉଛି ପୁରୁଣା ଜିନିଷ ବିକ୍ରି କରୁଥିବା ଏକ କମ୍ପାନୀ। ଯଦିଓ ଏ କମ୍ପାନୀର କାମ ଅଲଗା, କିନ୍ତୁ ଏହା ଅବିବାହିତ ଥିବା କିମ୍ବା ଏକୁଟିଆ ରହୁଥିବା ଲୋକଙ୍କର ପ୍ରେମ ଜୀବନକୁ ନେଇ ଏକ ସର୍ଭେ କରିଥିଲା। କମ୍ପାନୀ ପକ୍ଷରୁ ପାଖାପାଖି ୧୫୦୦ରୁ ଅଧିକ ସିଙ୍ଗିଲ୍‌ ଲୋକଙ୍କ ଉପରେ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ସାମିଲ୍‌ ହୋଇଥିବା ଲୋକମାନଙ୍କୁ ତାଙ୍କର ଲଭ୍‌ ଲାଇଫ୍‌ ଏବଂ ମନ ପସନ୍ଦର ମୋବାଇଲ୍‌ ଫୋନ୍‌ ବିଷୟରେ ଅନେକ ପ୍ରଶ୍ନ ପଚରା ଯାଇଥିଲା। ସର୍ଭେରୁ ଜଣା ପଡ଼ିଥିଲା ଯେ, ୭୦ ପ୍ରତିଶତ ସିଙ୍ଗିଲ୍‌ ଲୋକ, ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ଅପେକ୍ଷା ଆଇ-ଫୋନ୍‌ ବ୍ୟବହାରକାରୀଙ୍କୁ ଡେଟ୍‌ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି।

ଏହା ବ୍ୟତୀତ ସର୍ଭେରେ ସାମିଲ୍‌ ହୋଇଥିବା ପାଖାପାଖି ୫ ଜଣ ଲୋକଙ୍କ ମଧ୍ୟରୁ ୨ ଜଣଙ୍କର କହିବା ଅନୁସାରେ, ପାର୍ଟନର୍‌ଙ୍କୁ ଆକର୍ଷିତ ବା ଇମ୍ପ୍ରେସ୍ କରିବାକୁ ମୋବାଇଲ୍‌ ଫୋନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ସର୍ଭେରୁ ଏ କଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଆଇଫୋନ୍‌ ବ୍ୟବହାର କରୁଥିବା ୬୫ ପ୍ରତିଶତ ବ୍ୟକ୍ତି, ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ସହ ଡେଟ୍‌ କରିବାକୁ ସହଜ ଅନୁଭବ କରୁଛନ୍ତି। ଅନ୍ୟପଟେ ୪୫ ପ୍ରତିଶତ ଆଇଫୋନ୍‌ ବ୍ୟବହାରକାରୀ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ସହ ଡେଟ୍‌ କରିବାକୁ ଚାହୁଁ ନାହାଁନ୍ତି।

ଏହାବ୍ୟତୀତ, ସର୍ଭେରୁ ଆହୁରି ମଧ୍ୟ କୁହାଯାଇଛି ଯେ, କେବଳ ୫୩ ପ୍ରତିଶତ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀ, ସେମାନଙ୍କ ଫାଷ୍ଟ ଡେଟିଂ ଜଣେ ଆଇଫୋନ୍‌ ବ୍ୟବହାରକାରୀଙ୍କ ସହ କରିବାକୁ ଚାହୁଁଛନ୍ତି।

ସେହିଭଳି, ଡେଟିଂ ଭଲ ନ ଲାଗିଲେ, ଅଧିକାଂଶ ଆଇ-ଫୋନ୍‌ ବ୍ୟବହାରକାରୀ ତାଙ୍କ ପାର୍ଟନର୍‌ଙ୍କୁ ଛାଡ଼ି ଚାଲି ଯିବାର ସମ୍ଭାବନା ଅଧିକ ଥାଏ। ସେହିପରି ଅଧିକାଂଶ ଆଇ-ଫୋନ୍‌ ବ୍ୟବହାରକାରୀ, ମେସେଜ୍‌ ମାଧ୍ୟମରେ ହିଁ ପାର୍ଟନର୍‌ ସହିତ ବ୍ରେକ୍‌ଅପ୍‌ କରିବାକୁ ପସନ୍ଦ କରିଥାନ୍ତି।

 



from OdishaReporter https://ift.tt/2O8BhI2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages