
ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା କାଳରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବକ୍ତବ୍ୟ ରଖୁଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ଜୋର୍ରେ ହସୁଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ ଅତି ଗମ୍ଭୀରତା ସହ ଭାଷଣ ଦେଉଥିବା ସମୟରେ, ମୋଦି ହସିଲେ ବା କାହିଁକି? କାରଣ ଥିଲା, ରାହୁଲଙ୍କ ଭୁଲ୍ ହିନ୍ଦି ଶବ୍ଦର ପ୍ରୟୋଗ। ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ‘ବିଦେଶ ଗସ୍ତ’ ସମ୍ପର୍କରେ କଟୁ ଟିପ୍ପଣୀ ଦେବାବେଳେ, ରାହୁଲ କହିଥିଲେ- ‘ପ୍ରଧାନମନ୍ତ୍ରୀ ଜବ୍ ବାହାର୍ ମେଁ ଯାତେ ହେଁ’… ଏକଥା ଶୁଣି ବିଜେପି ସଦସ୍ୟଙ୍କ ମହଲରୁ ହାସ୍ୟରୋଳ ଶୁଣିବାକୁ ମିଳିଥିଲା ଓ ପ୍ରଧାନମନ୍ତ୍ରୀ ମଧ୍ୟ ଜୋର୍ରେ ହସି ଦେଇଥିଲେ। ପରେ ରାହୁଲ ନିଜ ଭୁଲ୍ ବୁଝିପାରି ଭାଷା ବଦଳାଇ କହିଥିଲେ- ‘ପ୍ରଧାନମନ୍ତ୍ରୀ ଜବ୍ ବାହାର୍ ଯାତେ ହେଁ’…
ଏହାପୂର୍ବରୁ ମୋଦିଙ୍କୁ ଆଉଥରେ ହସିବାର ଦେଖିବାକୁ ମିଳିଥିଲା। ଯେତେବେଳେ ରାହୁଲ୍ ରାଫେଲ୍ ଡିଲ୍ରେ ବ୍ୟାପକ ଦୁର୍ନୀତି ହୋଇଥିବାର ଗୁରୁତର ଅଭିଯୋଗ ଉଠାଇ କହିଥିଲେ ଯେ, ‘ଗୃହରେ ମୋଦି ବସିଥିଲେ ମଧ୍ୟ ମୋ ସହ ଆଖିରେ ଆଖି ମିଶାଇ ପାରୁନାହାନ୍ତି। ସେ ନର୍ଭସ୍ ଥିବାପରି ତାଙ୍କ ମୁହଁରୁ ଜଣାପଡୁଛି।’ ଏହା ମୋଦିଙ୍କ ମୁହଁରେ ହସ ଉକୁଟାଇବା ପାଇଁ ଯଥେଷ୍ଟ ଥିଲା।
from OdishaReporter https://ift.tt/2JEG0O8

No comments:
Post a Comment