୨୪ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

୨୪ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜ୍‌ ସ୍ଲୁଇସ୍‌ ଗେଟ୍‌ ଖୋଲିବା ପରେ ଚଳିତମାସ ୨୪ ତାରିଖରେ ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଛାଡ଼ିବ। ଏଥିପାଇଁ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି। ତେବେ ପ୍ରଥମ ଦିନ ହୀରାକୁଦ ଡ୍ୟାମ୍‌ର କେତେ ସ୍ଲୁଇସ୍‌ ଗେଟ୍‌ ଖୋଲିବ ତାହା ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ, ହୀରାକୁଦ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ଥିବାବେଳେ ଜୁଲାଇ ୧୯ରେ ଡ୍ୟାମ୍‌ର ଜଳସ୍ତର ୬୦୭.୨୫ ଫୁଟ୍‌ ରହିଛି। ଏବେ ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୭ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ୧୫,୫୪୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।



from OdishaReporter https://ift.tt/2zTpudz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages