ବ୍ୟାଙ୍କକ୍ ଓ ବେଙ୍ଗାଲୁରୁକୁ ପୁଣି ବିମାନ ଉଡ଼ାଣ ପାଇଁ କେନ୍ଦ୍ରକୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ବ୍ୟାଙ୍କକ୍ ଓ ବେଙ୍ଗାଲୁରୁକୁ ପୁଣି ବିମାନ ଉଡ଼ାଣ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର-ବ୍ୟାଙ୍କକ୍ ଓ ଭୁବନେଶ୍ୱର-ବେଙ୍ଗାଲୁରୁକୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ପୁନଃ ଚଳାଚଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର-ବ୍ୟାଙ୍କକ୍ ଓ ଭୁବନେଶ୍ୱର-ବେଙ୍ଗାଲୁରୁ ସିଧାସଳଖ ବିମାନ ଉଡ଼ାଣକୁ ଏୟାର ଇଣ୍ଡିଆ ବନ୍ଦ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରକୁ ଆନ୍ତର୍ଜାତିକ ବିମାନ ଚଳାଚଳର ସମ୍ଭାବନା ଅନ୍ୱେଷଣ ନିମନ୍ତେ ଅନୁରୋଧ କରିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦର ୨୦୧୦ ଅକ୍ଟୋବର ୩୦ ତାରିଖରୁ ଆନ୍ତର୍ଜାତିକ ମାନ୍ୟତା ପାଇଥିଲେ ମଧ୍ୟ, ୨୦୧୭ ଡିସେମ୍ୱର ୧୦ ତାରିଖରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଦ୍ୱାରା ଆନ୍ତର୍ଜାତିକ ଉଡ଼ାଣ ସମ୍ଭବପର ହୋଇଥିଲା। ଏୟାର ଇଣ୍ଡିଆ ତା’ର ବିମାନ ଉଡ଼ାଣ ସେବାକୁ ଭୁବନେଶ୍ୱରରୁ ସିଙ୍ଗାପୁର, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାକୁ ସମ୍ପ୍ରସାରଣ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରଚଳିତ ବ୍ୟାଙ୍କକ୍‌ ଉଡ଼ାଣକୁ ବନ୍ଦ କରିଦେବା ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନ ଉଡ଼ାଣ ବନ୍ଦ ହେବାଦ୍ୱାରା ରାଜ୍ୟର ଆଇ.ଟି. କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ବିମାନ ଉଡ଼ାଣ ସେବାକୁ ତୁରନ୍ତ ପୁନଃ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।



from OdishaReporter https://ift.tt/2zRpUB6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages