ଚୋରି ପରେ ଚୋରଙ୍କ ମତୁଆଲା ଡ୍ୟାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଚୋରି ପରେ ଚୋରଙ୍କ ମତୁଆଲା ଡ୍ୟାନ୍ସ

ନୂଆଦିଲ୍ଲୀ: ଚୋରି ତା’ ପରେ ପୁଣି ଡ୍ୟାନ୍ସ। ଚୋରଙ୍କର ଏଭଳି ମତୁଆଲା କାରନାମା ଦେଖିବାକୁ ମିଳିଛି ଦିଲ୍ଲୀରେ।  ଗୋଟିଏ ରାତିରେ ତିନି ଚାରଟି ଦୋକାନରେ ଏମିତି କଳାକନା ବୁଲାଇ ଦେଇଛନ୍ତି ଚୋର। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦିଲ୍ଲୀର ଲାହୋରି ଗେଟ୍‌ ଏରିଆରେ ଏହି ଘଟଣା ଘଟିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ଚୋରଙ୍କ ଏହି ବଲିଉଡ୍ ଡ୍ୟାନ୍ସ କ୍ୟାମେରାରେ ଧରାପଡ଼ି ଯାଇଛି। ଦିଲ୍ଲୀ ଲାହୋରୀ ଗେଟ୍ ନିକଟ ରଙ୍ଗ ମହଲ ଗଳିର ବିଭିନ୍ନ ଦୋକାନରେ ଗତ ୧୧ ତାରିଖରେ ଚୋରି ହୋଇଥିଲା ।

୫ରୁ ୬ ଜଣ ଚୋର ଦୋକାନନରେ  ସଟ୍‌ର  ତାଡ଼ି ଲୁଟି ନେଇଛନ୍ତି ଟଙ୍କା। ଖାଲି ସେତିକି ନୁହଁ ଆସବାବପତ୍ର ମଧ୍ୟ ଲୁଟି ନେଇଛନ୍ତି। ଚୋରି ସମୟରେ ବେଶ ସାବଧାନ ଥିଲେ ଏହି ଚୋର ଗ୍ୟାଙ୍ଗର ସଦସ୍ୟ। ମଝିରେ ମଝିରେ ଲୋକେ ଆସୁଥିବା ବେଳେ ସତର୍କତା ସହ ଲୁଚି ଯାଉଥିଲେ। ତେବେ ସଟର ଭାଙ୍ଗିବା ପୂର୍ବରୁ ବିନ୍ଦାସ ନାଚ ନାଚିଥିଲେ।  ଯାହା ସେଠାରେ ଲାଗିଥିବା କ୍ୟାମେରାରେ ଧରାପଡ଼ି ଯାଇଛି। ତେବେ ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ ଆରମ୍ଭ କରିଛି ତଦନ୍ତ । ହେଲେ ଏବେ ସୁଦ୍ଧା ଚୋରଙ୍କ ଟେର ପାଇ ପାରିନି ପୁଲିସ।

 



from OdishaReporter https://ift.tt/2mbPCa3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages