ଯୌତୁକ ଜୁଈରେ ଚନ୍ଦ୍ରକାନ୍ତି: କିରୋସିନ୍‌ ଢାଳି ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଯୌତୁକ ଜୁଈରେ ଚନ୍ଦ୍ରକାନ୍ତି: କିରୋସିନ୍‌ ଢାଳି ଜାଳିଦେଲେ

dowry

ଖୋର୍ଦ୍ଧା (ବଳରାମ ଲେଙ୍କା): ଯେତେ ସଚେତନତା ଏବଂ ଆଇନ୍‌ କଲେ ବି ଯୌତୁକ ରାକ୍ଷସ କବଳରୁ ମୁକୁଳି ପାରୁନି ଲୋଭୀ ମଣିଷ। ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି ତା’ର ସବୁ ସ୍ୱପ୍ନ। ଏମିତି ଏକ ମର୍ମନ୍ତୁଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ଯୌତୁକ ପାଇଁ ଅସୁର ପାଲଟି ଗଲେ ଶ୍ୱଶୁର, ଶାଶୂ ଓ ସ୍ୱାମୀ।  ବୋହୂକୁ କୋଠରୀରେ ବନ୍ଦ କରି କିରୋସିନ୍‌ ଢାଳି ଅତି ଅମାନୁଷିକ ଭାବେ ହତ୍ୟା କଲେ। ଏହା ହେଉଛି ବେଗୁନିଆ ଥାନା ଡିଙ୍ଗର ଗାଁର ଘଟଣା।

୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ତାଙ୍କ ସ୍ୱାମୀ ସହ ମିଶି କିରୋସିନ୍‌ ନିଆଁରେ ଜାଳି ମାରି ଦେଇଛନ୍ତି ଶ୍ୱଶୁର ଏବଂ ଶାଶୂ। ବୋହୂ ସିନା ଚାଲିଯାଇଛି ଆରପାରିକୁ, ହେଲେ ଛାଡ଼ି ଯାଇଛନ୍ତି ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ମୃତ୍ୟୁକାଳୀନ ଜମାନବନ୍ଦୀ।

ମୃତ ବଧୂ ହେଲେ ଚନ୍ଦ୍ରକାନ୍ତି ବାରିକ। ଯୌତୁକ ଜୁଈର ବହ୍ନିରେ ଜଳିପୋଡ଼ି ଲିଭିଗଲା ତାଙ୍କ ଜୀବନ। ନିରବି ଯାଇଛନ୍ତି ତାଙ୍କ ବାପା, ଗୁମୁରି ଗୁମୁରି କାନ୍ଦୁଛନ୍ତି ତାଙ୍କ ମା’।

ଏମିତି ଥିଲା ଘଟଣାକ୍ରମ

ମଙ୍ଗଳବାର। ଦିନ ପ୍ରାୟ ୧୦ଟା। ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗାଁରେ ରବୀନ୍ଦ୍ର ବାରିକ, ତାଙ୍କ ପୁଅ ଦେବାଶିଷ ଏବଂ ପତ୍ନୀ ମନୋରମାଙ୍କ ସହ ମିଶି କିରୋସିନ୍‌ ଢାଳି ଜାଳିଦେଲେ ଚନ୍ଦ୍ରକାନ୍ତିଙ୍କୁ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୟରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଚନ୍ଦ୍ରକାନ୍ତି ପୁଲିସ୍‌କୁ ଯାହା କହିଛନ୍ତି, ତାହା ହୃଦୟ ବିଦାରକ। ସେ କହିଛନ୍ତି, ତାଙ୍କ ସ୍ୱାମୀ ଓ ଶାଶୂ ଏକ କୋଠରୀରେ ତାଙ୍କୁ ଜୋରଜବରଦସ୍ତ ବନ୍ଦ କରିଦେଇଥିଲେ। ତା’ପରେ ଶ୍ୱଶୁର ରବି ତାଙ୍କ ଉପରେ କିରୋସିନ୍‌ ଢାଳି, ନିଆଁ ଲଗାଇ ଦେଇଥିଲେ।

୨୦୧୦ ଜୁଲାଇ ୧୪ରେ ରବୀନ୍ଦ୍ର ବାରିକଙ୍କ ପୁଅ ଦେବାଶିଷଙ୍କ ସହ ଝିଅର ବିବାହ କରାଇଥିଲେ ନୟାଗଡ଼ ଅଞ୍ଚଳର ମାନଗୋବିନ୍ଦ ବାରିକ। ବାହାଘରର କିଛି ଦିନ ଯାଏ ସବୁକିଛି ଠିକ୍‌ଠାକ ଚାଲିଥିଲା। କୋଳକୁ ଆସିଲେ ପୁଅ ଆଉ ଝିଅଟିଏ। କିନ୍ତୁ ରବି ବାରିକଙ୍କ ପରିବାରକୁ ମାଡ଼ି ବସିଲା ଯୌତୁକର ଭୂତ। ଦାବି କଲେ ୫୦ ହଜାର ଟଙ୍କା ସହ ବାଇକ୍। କିନ୍ତୁ ସକ୍ଷମ ନଥିବାରୁ ମନା କରିଦେଲେ ଚନ୍ଦ୍ରକାନ୍ତିଙ୍କ ବାପା ମାନଗୋବିନ୍ଦ। ତା’ପରେ ବୋହୂ ଉପରେ ପଡ଼ିଲା ନିର୍ଯାତନାର ପାହାର। ଶେଷରେ ଅର୍ଥ ଲୋଭରେ ଅନ୍ଧ ସାଜିଥିବା ରବୀନ୍ଦ୍ର, ପୁଅ ଏବଂ ପତ୍ନୀ ସହ ମିଶି ନେଇଗଲେ ବୋହୂ ଚନ୍ଦ୍ରକାନ୍ତିଙ୍କ ଜୀବନ।

ଅନ୍ୟପକ୍ଷରେ ଘଟଣା ପରଠୁ ଦୁଇ ନାତି ନାତୁଣୀଙ୍କୁ ଧରି ଫେରାର ହୋଇଯାଇଛନ୍ତି ରବି ଓ ତାଙ୍କ ପରିବାର ଲୋକେ। ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ପୁଲିସ୍‌ କହିଛି।



from OdishaReporter https://ift.tt/2Jgosb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages