ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- ସାବରିମାଲା ମନ୍ଦିରକୁ କାହିଁକି ଯାଇ ପାରିବେନି ମହିଳା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- ସାବରିମାଲା ମନ୍ଦିରକୁ କାହିଁକି ଯାଇ ପାରିବେନି ମହିଳା?

ନୂଆଦିଲ୍ଲୀ: ପୂଜା ଓ ପ୍ରାର୍ଥନା କରିବା ପ୍ରତ୍ୟେକ ମହିଳାଙ୍କ ସାମ୍ବିଧାନିକ ଅଧିକାର। ଏଥିପାଇଁ ସେମାନେ ଆଇନ୍ ଉପରେ ନିର୍ଭର କରିବେ ନାହିଁ। କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତିବନ୍ଧକ ଲାଗିଥିବାରୁ ଏହା ବିରୋଧରେ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମେକାର୍ଟ ଆଜି ଏଭଳି ରୁଲିଂ ଦେଇଛନ୍ତି।

୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ଋତୁଶ୍ରାବ ହେଉଥିବାରୁ ମନ୍ଦିର ମଧ୍ୟରେ ପୂଜା ପାଉଥିବା ଭଗବାନ ଆୟାପ୍ପାଙ୍କୁ ମହିଳାମାନେ ଦର୍ଶନ କରିପାରିବେ ନାହିଁ ବୋଲି ନିୟମରହିଥିଲା। ଏପରିକି ମହିଳାମାନେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ବୋର୍ଡ କର୍ତ୍ତୃପକ୍ଷ ସେମାନଙ୍କର ବୟସ ପ୍ରମାଣପତ୍ର ଦେଖୁଥିଲେ। ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ପ୍ରତି ମହିଳା ହେଉଛନ୍ତି ଭଗବାନଙ୍କ ସୃଷ୍ଟି। ପୂଜାର୍ଚ୍ଚନା ଓ ନିଯୁକ୍ତିରେ କାହିଁକି ମହିଳାଙ୍କ କ୍ଷେତ୍ରରେ ଭେଦଭାବ ନୀତି ଆପଣା ଯିବ? ପ୍ରତ୍ୟକ ମଣିଷର ସ୍ୱାଧୀନତା ରହିଛି। ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ତେଣୁ ପୂଜାର୍ଚ୍ଚନା ପାଇଁ ମହିଳାଙ୍କୁ କୌଣସି ଆଇନ୍ ପ୍ରତିବନ୍ଧକ ଲଗାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି, ମନ୍ଦିର କାହାର ଘରୋଇ ସମ୍ପତ୍ତି ନୁହେଁ। ଏହା ସର୍ବସାଧାରଣଙ୍କର ସମ୍ପତ୍ତି। ଯଦି ଜଣେ ପୁରୁଷ ମନ୍ଦିରକୁ ଯାଇ ପାରୁଛି, ତାହେଲେ ମହିଳା କାହିଁକି ଯାଇ ପାରିବେ ନାହିଁ? ଯଦି ଆପଣ ମନ୍ଦିର ଖୋଲିଛନ୍ତି, ତାହେଲେ ସମସ୍ତେ ଏହା ମଧ୍ୟକୁ ଯାଇ ପାରିବେ। ଶାରୀରିକ ଗଠନଜନିତ ଜୈବିକ କାରଣକୁ କେନ୍ଦ୍ର କରି ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ବିଧାନ ବିରୋଧୀ ବୋଲି ବେଞ୍ଚ୍‌ କହିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି କହିଥିଲେ। ଏହି ସାମ୍ବିଧାନିକ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଏ.ଏମ୍. ଖାନ୍ ୱିଲ୍‌କର୍‌, ଜଷ୍ଟିସ୍ ଆର.ଏଫ୍‌. ନରିମଣ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ରହିଛନ୍ତି।



from OdishaReporter https://ift.tt/2uNqUAO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages