କଳା ଟିକା ଲଗାଇ ପିଲାବେଳର ଫଟୋ ଭାଇରାଲ କଲେ ପ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କଳା ଟିକା ଲଗାଇ ପିଲାବେଳର ଫଟୋ ଭାଇରାଲ କଲେ ପ୍ରିୟା

ମୁମ୍ବାଇ: ଇଣ୍ଟରନେଟ୍‌ କୁଇନ୍‌ ପ୍ରିୟା ପ୍ରକାଶ ୱାରିୟରଙ୍କ ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ତଥାପି ସେ ଖୁବ୍‌ ଚର୍ଚ୍ଚିତ। କିଛି ମାସତଳେ ତାଙ୍କ ଭିଡିଓ କ୍ଲିପ୍‌ ଭାଇରରାଲ୍‌ ହେବା ପରେ ସେ ପୂରା ଦେଶରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ସେ ଯେଉଁ ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି ସେସବୁ ଖୁବ୍‌ କମ୍‌ ସମୟରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ପ୍ରିୟା ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କ ପିଲାଦିନର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ  ଖରାପ ନଜରରୁ ବଞ୍ଚିବା ପାଇଁ ଗାଲରେ ଏକ କଳା ଟିକା ଲଗାଇଛନ୍ତି।  ସେଥିରେ ସେ ଖୁବ୍‌ କ୍ୟୁଟ୍‌ ଲାଗୁଛନ୍ତି। ପ୍ରିୟା ନିଜ ପିଲାଦିନର ଏହି ଫଟୋକୁ ଅପଲୋଡ଼୍‌ କରିବା ପରେ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି।  ଫ୍ୟାନ୍‌ ମାନେ ତାଙ୍କ ଫଟୋରେ କ୍ୟୁଟ୍‌, ସୁଇଟ୍‌, ଲିଟିଲ୍‌ ଆଞ୍ଜଲ ଭଳି ଲେଖି କମେଣ୍ଟ ଦେଇଛନ୍ତି।

ଫଟୋରେ ପ୍ରିୟାଙ୍କ ହେୟାର ଷ୍ଟାଇଲ୍‌ ‘ବୟ କଟ୍‌’ ଲୁକ୍‌ରେ ନଜର ଆସିଛନ୍ତି।  ଏହାକୁ ସେୟାର କରି ପ୍ରିୟା ଲେଖିଛନ୍ତି ଯେ ‘ପିଲାଦିନରୁ ବି ତାଙ୍କୁ ପୋଜ୍‌ ଦେବା ଆସେ’। କିଛି ମାସ ପୂର୍ବରୁ  ପ୍ରିୟା ପ୍ରକାଶଙ୍କର ଏକ ଗୀତ ‘ଔର ଅଦାର ଲଭ୍‌’ ଭାଇରାଲ ହେବା ପରେ ସେ ଇଣ୍ଟରନେଟ୍‌ର କୁଇନ୍‌ ପାଲଟିଛନ୍ତି। ଆଉ ତାଙ୍କ ଫଲୋଅର୍ସ ସଂଖ୍ୟା ୬୦ ଲକ୍ଷ ପାର ହୋଇ ସାରିଲାଣି। ପ୍ରିୟା ପ୍ରକାଶଙ୍କ ମାଲୟାଲମ୍‌ ଫିଲ୍ମ ‘ଔର ଅଦାର ଲଭ୍‌’ ଡିସେମ୍ବରରେ ରିଲିଜ୍‌ ହେବ।



from OdishaReporter https://ift.tt/2NYnmnS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages