କଂଗ୍ରେସର ଟିକଟ ବଣ୍ଟା ଫର୍ମୂଲାକୁ ରାଜ୍ୟ ନେତାଏ ମାନିବେ ତ? କାହା ଘରେ ଅଛନ୍ତି ଏକାଧିକ ନେତା ଓ କିଏ କ’ଣ କହିଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କଂଗ୍ରେସର ଟିକଟ ବଣ୍ଟା ଫର୍ମୂଲାକୁ ରାଜ୍ୟ ନେତାଏ ମାନିବେ ତ? କାହା ଘରେ ଅଛନ୍ତି ଏକାଧିକ ନେତା ଓ କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ପରିବାରରେ ଜଣକୁ ଟିକେଟ୍‌ ମିଳିବ।” ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଏହି ବକ୍ତବ୍ୟ ପରେ ରାଜ୍ୟ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ବାପା ବିଧାୟକ ଥିଲେ, ତାଙ୍କ ପରେ ପୁଅ ହୋଇପାରିବେ। ବଡ଼ଭାଇ ଭଳି ସାନଭାଇକୁ ମଧ୍ୟ ମିଳିବ ଦଳୀୟ ଟିକଟ୍‌। ଏଣିକି ଦଳରେ ଆଉ ଚଳିବ ନାହିଁ ବଂଶବାଦ ପରମ୍ପରା। ହେଲେ ଏଠି ବଡ଼ ପ୍ରଶ୍ନ, ରାଜ୍ୟ ନେତାଏ ଏହାକୁ ମାନିବେ ତ? ଏବେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ହାଇକମାଣ୍ଡଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଅନ୍ୟ ନେତାଏ ମଧ୍ୟ ସମାନ କଥା ଦୋହରାଇଛନ୍ତି। କିନ୍ତୁ ଏହା ଆନ୍ତରିକତା ନା ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା ହେଉଛି।

କିଏ କ’ଣ କହୁଛନ୍ତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- “ରାଜନୀତି କରିବାକୁ କାହାକୁ ମନା ନାହିଁ। ଯେଉଁ ଆସନରେ ଯାହାର ଜିତିବାର ସମ୍ଭାବନା ଥିବ ତାଙ୍କୁ ଟିକଟ ଦିଆଯିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି- “କୌଣସି ଦଳ ହାଇକମାଣ୍ଡଙ୍କ ବକ୍ତବ୍ୟକୁ ଖଣ୍ଡନ କରିପାରିବ ନାହିଁ। ଏଆଇସିସି ଯାହା ନିଷ୍ପତ୍ତି ନେବ, ତାକୁ ସମସ୍ତେ ମାନିବାକୁ ବାଧ୍ୟ।”

ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି- “ଏଆଇସିସି ଯାହା ନିଷ୍ପତ୍ତି ନେବ, ତାକୁ ଆମେ ସମ୍ମାନ ଦେବୁ। ଆମର ଦୃଢ଼ ବିଶ୍ୱାସ ଦଳର ହାଇକମାଣ୍ଡ୍‌ ଠିକ୍‌ ନିଷ୍ପତ୍ତି ନେବେ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି- “ପରିବାରରୁ ଜଣେ ଲଢ଼ିବ, ଏଇଟା ସ୍ୱାଗତ ଯୋଗ୍ୟ କଥା। ଯଦି ପରିବାରରୁ ଜଣେ ଲଢ଼ିବା ପରିବର୍ତ୍ତେ ୫ ଜଣ ଲଢ଼ିଲେ ଢ଼ୋ ହୋଇଯିବେ।”

ଓଡ଼ିଶାରେ ଗୋଟିଏ ପରିବାରରୁ ଏଇମାନେ କଂଗ୍ରେସ ନେତା

ରାଜ୍ୟ କଂଗ୍ରେସରେ ଚିରଞ୍ଜୀବ ବିଶ୍ୱାଳ ବିଧାୟକ ଅଛନ୍ତି। ତାଙ୍କ ଭାଇ ରଞ୍ଜୀବ ବିଶ୍ୱାଳ ଏବେ ରଜ୍ୟସଭା ସାଂସଦ ଅଛନ୍ତି। ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା, ତାରା ପ୍ରସାଦ ବାହିନୀପତି ଓ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି, ଅନନ୍ତ ସେଠୀ ଓ ତାଙ୍କ ପୁଅ କୁମାର ଚିରଞ୍ଜୀବ ପ୍ରମୁଖ ରାଜନୀତିରେ ସକ୍ରିୟ ଅଛନ୍ତି। ଏମାନଙ୍କ ବ୍ୟତୀତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏବେ ଏଆଇସିସି ସଭ୍ୟ ହୋଇଛନ୍ତି। ସେପଟେ ଶ୍ରୀକାନ୍ତ ଜେନା ନିଜେ ସାଂସଦ ପ୍ରାର୍ଥୀ ହୋଇ ପୁଅଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ନିଜ ଝିଅ ଅନୀତା ବିଶ୍ୱାଳ, ସିଡବ୍ଲ୍ୟୁସି ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ତାଙ୍କ ପତ୍ନୀ ହେମଲତା ଖୁଣ୍ଟିଆ, ବିଧାୟକ ନବ ଦାସ ତାଙ୍କ ପୁଅ ବିଶାଳ ଦାସଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ପରିବାର ଗୋଟିଏ ଟିକଟ୍ ନିଷ୍ପତ୍ତି ଏହି ନେତାଙ୍କ କ୍ଷେତ୍ରରେ କେତେ ଦୂର କାର୍ଯ୍ୟକାରୀ ହେବ ତାହା ଏବେ ବଡ଼ ପ୍ରଶ୍ନ।



from OdishaReporter https://ift.tt/2uRQJ2H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages