ଉବୁଟୁବୁ ତାଜମହଲ୍‌: ୨୪ ଘଣ୍ଟାରେ ୟୁପିରେ ୨୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଉବୁଟୁବୁ ତାଜମହଲ୍‌: ୨୪ ଘଣ୍ଟାରେ ୟୁପିରେ ୨୭ ମୃତ

ଆଗ୍ରା: ଲଗାଣ ବର୍ଷା ଯୋଗୁ ଆଗ୍ରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ତାଜମହଲ ପରିସରରେ ପାଣି ଲହରୀ ଭାଙ୍ଗୁଛି। ଫଳରେ ପର୍ଯ୍ୟଟକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ଜାରି ରହିଥିବା ଲଗାଣ ବର୍ଷା ଜନିତ ଅଘଟଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି।  ଆଗ୍ରାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୈନିପୁରୀରେ ୪, ମୁଜାଫରନଗର ଓ କାସଗଞ୍ଜରେ ୩, ମୀରଟ ଓ ବରେଲୀରେ ୨ ଏବଂ କାନପୁର, ମଥୁରା, ଗାଜିଆବାଦ, ହାପୁର,ଝାନ୍‌ସୀ, ରାଏ ବରେଲୀ,ଜାଲାଉନ୍‌ ଓ ଜଉନପୁରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଜୀବନ ଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ବର୍ଷା ଯୋଗୁ ୮୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆଗ୍ରା ପ୍ରଶାସନ ଆସନ୍ତାକାଲି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିଛି। ଏମଜି ରୋଡ୍‌ରେ ଏକ ବିରାଟକାୟ ଗଛ ପଡ଼ିଯିବାରୁ ଦୀର୍ଘ ସମୟଧରି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ପାଣି ଘେରରେ ରହିଥିବା ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟା ଯାଏ ଆଗ୍ରାରେ ଆହୁରି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।



from OdishaReporter https://ift.tt/2uTtqGm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages