୯ ମାସର ଝିଅକୁ ଧରି ନିଜ ଦେହରେ ନିଆଁ ଲଗାଇଦେଲା ମାଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

୯ ମାସର ଝିଅକୁ ଧରି ନିଜ ଦେହରେ ନିଆଁ ଲଗାଇଦେଲା ମାଆ

12

ବାରିପଦା (ମାଣିକଲାଲ ପାଣି): ୯ ମାସର ଝିଅକୁ ଧରି ନିଜ ଦେହରେ ନିଆଁ ଲଗାଇ ଦେଇ ଜଳିଗଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ତେଲବିଲା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଠାକୁରମଣି  ସିଂ।

ଗତକାଲି ରାତିରେ ଠାକୁରମଣି  ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ଠାକୁରମଣି ଝିଅକୁ ଧରି କିରୋସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଝଇଅକୁ ମୃତ ଘୋଷଣା କରିଥିଲେ। ଆଜି ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ଠାକୁରମଣିଙ୍କ ମୃତ୍ୟୁ ଘଟିଛି। କେଉଁ କାରଣରୁ ଠାକୁରମଣି ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମହିଳାଙ୍କ ସ୍ୱାମୀ ସୁନାରାମ ସିଂ କହିଛନ୍ତି,“ମୁଁ କାମକୁ ଯାଇଥିଲି। କେଉଁ କାରଣରୁ ଏଭଳି ଘଟଣା ଘଟିଲା ଜାଣିନାହିଁ। ମୋ ସ୍ତ୍ରୀ ଜଣେ ମାନସିକ ରୋଗୀ।”



from OdishaReporter https://ift.tt/2LFtlAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages