ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାସ୍ଥିତ ଆଖଡ଼ାଶାଳି ଗାଁ ନିକଟରେ ମହାନଦୀରେ ନଦୀଭିତ୍ତିକ ବନ୍ଦର ସ୍ଥାପନ ହେବ। ଏହି ବନ୍ଦରକୁ ରାଜ୍ୟ ସରକାର ପିପିପି ମୋଡରେ ସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦରକୁ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ପ୍ରସ୍ତାବିତ ବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୧୮.୪୩ ମିଲିୟନ ଟନ୍ ସାମଗ୍ରୀ ପରିବହନ କ୍ଷମତା ବିଶିଷ୍ଟ ୨ଟି ବର୍ଥ ନିର୍ମାଣ ହେବ। ବନ୍ଦର ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ବନ୍ଦର ପାଇଁ ୧୭୫ ହେକ୍ଟର ଜମି ଆବଶ୍ୟକ ପଡ଼ିବ। ମାଲ ପରିବହନ ପାଇଁ  ହରିଦାସପୁର-ପାରାଦୀପ ରେଳଲାଇନ୍ ଓ ଜାତୀୟ ରାଜପଥ ୫କ(ଏବେ ୫୩ ନମ୍ବର)କୁ ଏହି ବନ୍ଦର ସହ ସଂଯୋଗ କରାଯିବ। ପରେ ଏହି ବନ୍ଦରର ମାଲ ପରିବହନ କ୍ଷମତାକୁ ବାର୍ଷିକ ୪୫.୮୮ମିଲିୟନ ଟନକୁ ବୃଦ୍ଧି କରାଯିବ ଓ ଏଥିପାଇଁ ଅତିରିକ୍ତ ୧୨୫ହେକ୍ଟର ଜମି ଆବଶ୍ୟକ ହେବ। ଏହି ବନ୍ଦର ନିର୍ମାଣ ପାଇଁ ୪ଟି ସଂସ୍ଥା ଆବେଦନ କରିଥିବାରୁ ସମସ୍ତଙ୍କୁ  ରିକ୍ୱେଷ୍ଟ ଫର୍ ପ୍ରପୋଜାଲ୍(ଆରପିଏଫ୍)ରେ ସାମିଲ ନିମନ୍ତେ ନିଷ୍ପତ୍ତି ହୋଇଛି। ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରଥମ ପର୍ଯ୍ୟାୟରେ ୪୩୦୦  ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପରବର୍ତ୍ତୀ  ସମୟରେ ଏହି ବନ୍ଦର ପୂର୍ଣ୍ଣ କ୍ଷମତା ବିଶିଷ୍ଟ ହେଲେ ୧୦,୭୦୦ଜଣ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ସରକାରୀ ସୂତ୍ର ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2mQ3M0X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages