ଗୋଟିଏ ସର୍ତ୍ତ ପାଇଁ ଭାଙ୍ଗିଯାଇଥିଲା ଶମ୍ମିଙ୍କ ସହ ତାଙ୍କ ସଂପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଗୋଟିଏ ସର୍ତ୍ତ ପାଇଁ ଭାଙ୍ଗିଯାଇଥିଲା ଶମ୍ମିଙ୍କ ସହ ତାଙ୍କ ସଂପର୍କ

ମୁମ୍ବାଇ: ଷାଠିଏ ଦଶକରେ ସେ ଥିଲେ ଚୁଲ୍‌ବୁଲି ନାୟିକା। ଆଖି ଆଗରେ ତାଙ୍କ ଚେହେରା ଆସିଲେ ମନେ ପଡ଼ିଯାଏ ଅନେକ ରୋମାଣ୍ଟିକ୍‌ ଗୀତ। ତାଙ୍କ ଅଭିନୟ ଯାଦୁରେ ମଜ୍ଜି ଯାଉଥିଲେ ଦର୍ଶକ। ସେ ହୁଏତ ଆଜି ବୟସର ଅପରାହ୍ନରେ ଅବତୀର୍ଣ୍ଣ, କିନ୍ତୁ ତାଙ୍କର ଅଭିନୀତ ଫିଲ୍ମ ଆଜି ବି ସଜଫୁଲ ପରି ସତେଜ୍‌। ତାଙ୍କ ଅଭିନୀତ ଫିଲ୍ମ ଯିଏ ଦେଖିଛି ସିଏ ପାଗଳ ହୋଇଛି। ଏବେ ବି ତାଙ୍କ ପାଇଁ ଦର୍ଶକ ଦିୱାନା। ଆଉ ସେ ହେଉଛନ୍ତି ବଲିଉଡ୍‌ର ବର୍ଷିୟାନ କଳାକାର ମୁମ୍‌ତାଜ୍‌।  ଆଜି ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

୬୦ ଓ  ୭୦ ଦଶକରେ ସେ ଥିଲେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନ କିଣିଥିଲେ। ସେ ୧୯୪୭ ମସିହା ଜୁଲାଇ ୩୧ ତାରିଖରେ ମୁମ୍‌ତାଜ୍‌ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମୁମ୍‌ତାଜ ମାତ୍ର ୧୨ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏହି ରଙ୍ଗିନ୍ ଦୁନିଆରେ ଏଣ୍ଟ୍ରି ବେଳକୁ ତାଙ୍କ କ୍ୟାରିଅର ଥିଲା ବେଶ୍‌ ସଂଘର୍ଷମୟ। ଫିଲ୍ମରେ ଗୋଟିଏ ଚାନ୍ସ ପାଇଁ ମୁମ୍‌ତାଜ୍‌ ପ୍ରତିଦିନ ତାଙ୍କ ସାନ ଭଉଣୀ ମଲ୍ଲିକାଙ୍କ ସହ ଏ ଷ୍ଟୁଡିଓରୁ ସେ ଷ୍ଟୁଡିଓକୁ ଘୁରିବୁଲିଥିଲେ। ସୁଯୋଗଟିଏ ପାଇଁ  ସେ କେତେ କ’ଣ ଚକ୍କର କାଟିଥିଲେ। ଏତେସବୁ ପରେ ବି ସେ କେବେ ଭାଙ୍ଗିପଡ଼ି ନଥିଲେ କି ସାହସ ହରାଇ ନଥିଲେ।  ୧୯୫୮ରେ ସେ ଶିଶୁ କଳାକାର ଭାବେ ‘ଶୋଲେ କି ଚିଡ଼ିଆ’ରେ କାମ କରିଥିଲେ।  ତା’ପରେ  ‘ସ୍ତ୍ରୀ’, ‘ବଲ୍ଲାହ କ୍ୟା ବାତ୍‌ ହୈ’, ‘ସେହେରା’ ଭଳି ଫିଲ୍ମରେ ଅଭିନୟ କରିଥିଲେ।  ଏ ଗ୍ରେଡ୍‌ ଫିଲ୍ମରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଗହରା ଦାଗ୍‌’। ସେଥିରେ ତାଙ୍କ ଚରିତ୍ର ହିରୋର ଭଉଣୀର ଥିଲା। ସେହି ଫିଲ୍ମ ବେଳକୁ ତାଙ୍କୁ ଛୋଟ ଛୋଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଯାଉଥିଲା।

– ତା’ପରେ ଧୀରେ ଧୀରେ ସାଇଡ୍‌ ରୋଲ୍‌ରେ କାମ କରି ତାଙ୍କୁ ଆଗକୁ  ଯିବାର ସୁଯୋଗ ମିଳିଥିଲା।  ସେ ସମୟରେ  ଫ୍ରିଷ୍ଟାଇଲ୍‌ ରେସ୍‌ଲର ଦାରା ସିଂହ ମଧ୍ୟ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ। ସେତେବେଳେ ଅନ୍ୟ ଅଭିନେତ୍ରୀମାନେ ତାଙ୍କ ସହ ଫିଲ୍ମ କରିବାକୁ ରାଜି ହେଉନଥିଲେ। ତେଣୁ ମୁମ୍‌ତାଜ୍‌ ସେ ସୁଯୋଗର ଲାଭ ଉଠାଇ ତାଙ୍କ ସହ ଫିଲ୍ମ କରିଥିଲେ।

-ମୁମ୍‌ତାଜ୍‌ ଓ ଦାରା ସିଂହ ଙ୍କ ଯୋଡ଼ି ‘ଫୌଲାଦ’, ‘ରୁସ୍ତମ- ଏ ହିନ୍ଦ’, ‘ରାକା’, ‘ବୀର ଭୀମ୍‌ସେନା’ ଭଳି ଫିଲ୍ମ ସହ ୧୬ ଟି ଆକ୍ସନ ଫିଲ୍ମରେ ଅଭିନୟ କରିଥିଲେ।  ତା’ପରେ ମୁମ୍‌ତାଜଙ୍କ ଲୋକପ୍ରିୟତା ଖୁବ୍‌ ବଢ଼ିଯାଇଥିଲା। ସେ ସମୟରେ ଦାରାସିଂହ ଗୋଟିଏ ଫିଲ୍ମ ପାଇଁ ୪ ଲକ୍ଷ ଟଙ୍କା ନେଉଥିଲେ। ଆଉ ମୁତ୍‌ତାଜ୍‌ ଅଢ଼େଇ ଲକ୍ଷ।

-ତା’ପରେ ୧୯୬୯ରେ ଆସିଥିବା ‘ଦୋ ରାସ୍ତେ’ ଫିଲ୍ମ ତାଙ୍କୁ ଅନେକ ଲୋକପ୍ରିୟତା ଆଣି ଦେଇଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ର ଛୋଟ ଥିଲା। କିନ୍ତୁ ଫିଲ୍ମରେ ତାଙ୍କର ୪ଟି ଗୀତ ସିନ୍‌ ଥିଲା। ଆଉ ସେହି ଗୀତ ସୁପରହିଟ୍‌ ହେବା ସହ ରାଜେଶ୍‌ଙ୍କ ସହ ତାଙ୍କ ଯୋଡ଼ି ବି ଖୁବ୍‌ ସୁପରହିଟ୍‌ ହୋଇଥିଲା। କିନ୍ତୁ ମୁମ୍‌ତାଜ, ଶମ୍ମି କପୁର ଓ ଜିତେନ୍ଦ୍ରଙ୍କ ସହ କାମ କରିବାକୁ ଅଧିକ ଭଲ ପାଉଥିଲେ।

– ଧୀରେଧୀରେ ଶମ୍ମି କପୁର ଆଉ ତାଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ବିବାହ କରିବା ବି ସ୍ଥିର ହୋଇଥିଲା। କିନ୍ତୁ ପରେ ଏ ପ୍ରସ୍ତାବ  ଭାଙ୍ଗି ଯାଇଥିଲା। ମୁମ୍‌ତାଜ୍‌ ଏକ ସାକ୍ଷାତକାରରେ କହିଥିଲେ ଯେ, ‘‘ବ୍ରହ୍ମଚାରୀ’ ଶୁଟିଂ ସମୟରେ ମୁଁ ୧୮ ବର୍ଷର ଥିଲି। ଆଉ ଶମ୍ମିଙ୍କ ପ୍ରେମରେ ପଡ଼ିଯାଇଥିଲି। ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ସ୍ଥିର କରିଥିଲି।। କିନ୍ତୁ ସେ ଚାହୁଁଥିଲେ କି ମୁଁ ମୋ ଫିଲ୍ମ କ୍ୟାରିଅର ଛାଡ଼ିଦିଏ।  କିନ୍ତୁ ପରିବାର ପ୍ରତି ମୋର କିଛି ଦାୟିତ୍ୱ ଥିବାରୁ ମୁଁ ଫିଲ୍ମ ଛାଡ଼ି ପାରିନଥିଲି। ଆଉ ଆମ ସଂମ୍ପର୍କ ଭାଙ୍ଗିଯାଇଥିଲା।’’

– ଶମ୍ମିଙ୍କସହ  ସଂମ୍ପର୍କ ଭାଙ୍ଗିବା ପରେ ସେ ୨୭ ବର୍ଷ ବୟସରେ ବ୍ୟବସାୟୀ ମୟୁର ମାଧବାନୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅଙ୍କ ନତାଶା ଓ ତାନ୍ୟା।



from OdishaReporter https://ift.tt/2vtSbsn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages