କେରଳରେ ବର୍ଷା ବିତ୍ପାତ, ଥିରୁଅନନ୍ତପୁରମରେ ସ୍କୁଲ୍ କଲେଜ୍ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

କେରଳରେ ବର୍ଷା ବିତ୍ପାତ, ଥିରୁଅନନ୍ତପୁରମରେ ସ୍କୁଲ୍ କଲେଜ୍ ବନ୍ଦ

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଦେଖିବାକୁ ମଳିଛି। ୯ ଟି ଜିଲ୍ଲାରେ କାଲି ରାତିରୁ ପ୍ରଚଣ୍ଡ ବର୍ଷା ଲାଗିରହିଛି। ଏହି ବର୍ଷା ବୁଧବାର ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତକାଲି ରାତି ସାରା ପ୍ରବଳ ବର୍ଷା ଲାଗିରହିବାରୁ ଆଜି ରାଜଧାନୀ ଥିରୁଅନନ୍ତପୁରମଠାରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି।

ସୂଚନା ମୁତାବକ, ଲଗାଣ ବର୍ଷାରେ ଜଣେ ୭୫ ବର୍ଷୀୟ ବୃଦ୍ଧା ୧୧ କେଭି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି।

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଡୁକି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଉପରେ କଡ଼ା ନଜର ରଖାଯାଇଛି। ଜଳସ୍ତର ୨,୩୯୫ ମିଟର ଛୁଇଁଥିବାରୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ଯଦି ଜଳସ୍ତର ୨,୩୯୯ ମିଟରକୁ ବୃଦ୍ଧି ହୁଏ ତେବେ ‘ରେଡ୍‌ ଆଲର୍ଟ’ ଜାରି କରାଯିବ। ଶେଷଥର ପାଇଁ ୧୯୯୨ ମସିହାରେ ଏଠାରେ ଫ୍ଲଡ୍‌ଗେଟ୍‌ ଖୋଲାଯାଇଥିଲା। ଯଦି ଗେଟ୍‌ ଖୋଲାଯାଏ ତେବେ ଶତାଧିକ ଲୋକେ ବାସହରା ହୋଇପାରନ୍ତି।

ଡ୍ୟାମ୍‌ ଅବବାହିକା ଅଞ୍ଚଳଗୁଡ଼ିକରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି। ପୂର୍ବ ଅପେକ୍ଷା ବର୍ଷାର ପରିମାଣ ଏକ ତୃତାୟାଂଶ କମ୍‌ ରହିଛି। ତେଣୁ ପାଣିପାଗ ବିଭାଗ ବିପଦର ଆଶଂକା ନଥିବା କହିଛି। ସେପଟେ ତଳିଆ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କୁ ସତର୍କ କରାଇ ଦିଆଯାଇଛି।

ସମ୍ଭାବ୍ୟ କଥା ସ୍ଥିତି ସମ୍ଭାଳିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଲାଗି ୧ହଜାର ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

 

 



from OdishaReporter https://ift.tt/2LRpaRt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages