ଇମ୍ରାନ୍‌ଙ୍କ ଶପଥ ଉତ୍ସବକୁ ଯାଇପାରନ୍ତି ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଇମ୍ରାନ୍‌ଙ୍କ ଶପଥ ଉତ୍ସବକୁ ଯାଇପାରନ୍ତି ମୋଦି

ଲାହୋର: ପାକିସ୍ତାନ ନିର୍ବାଚନରେ ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ତେହେରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ)ର ମୁଖ୍ୟ ଇମ୍ରାନ୍‌ ଖାନ୍‌ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପିଟିଆଇ ସାର୍କ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବ ବୋଲି ଜଣାପଡ଼ିଛି।

ଏହି ରାଷ୍ଟ୍ରମୁଖ୍ୟଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରହିଛନ୍ତି।

ମୋଦିଙ୍କ ବ୍ୟତୀତ ଆଫ୍‌ଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର ରାଷ୍ଟ୍ର ମୁଖ୍ୟମାନେ ରହିଛନ୍ତି।

ଗତକାଲି ମୋଦି ଫୋନ୍‌ କରି ଇମ୍ରାନ୍‌ ଖାନ୍‌ଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।

ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଆଜି ପିଟିଆଇ ପକ୍ଷରୁ ମୋଦିଙ୍କୁ ପାକିସ୍ତାନ ନମନ୍ତ୍ରଣ କରିବାକୁ ଯୋଜନା ଆରମ୍ଭ ହୋଇଛି। ଏନେଇ ପିଟିଆଇର କୋର୍‌ କମିଟି ସଦସ୍ୟମାନେ ବୈଠକ ମଧ୍ୟ କରିଛନ୍ତି।

ଏହାପରେ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।



from OdishaReporter https://ift.tt/2LEQ9jY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages