ସଫଳ ହେବାକୁ ଚାହୁଁଥିଲେ ଏସବୁ କଥାକୁ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ସଫଳ ହେବାକୁ ଚାହୁଁଥିଲେ ଏସବୁ କଥାକୁ ଧ୍ୟାନ ଦିଅନ୍ତୁ

ପ୍ରତି ମଣିଷ ସଫଳ ହେବାକୁ ଚାହେଁ। ସମାଜରେ ତା’ର ପତିଆରା ବଢ଼ୁ, ତାକୁ ସମସ୍ତେ ସମ୍ମାନ ଦିଅନ୍ତୁ, ଏଇ କଥା ପାଇଁ ସମସ୍ତଙ୍କୁ ବଡ଼ ପରିଶ୍ରମ କରିବାକୁ ପଡ଼େ। ଆପଣ ବି ହୁଏତ ସେମିତି ଇଚ୍ଛା କରୁଥାଇ ପାରନ୍ତି। ହେଲେ ସଫଳ ହେଉ ନାହାନ୍ତି। ତା’ ହେଲେ ଚିନ୍ତା କରନ୍ତୁନି। ଆମେ ଆପଣଙ୍କୁ ଏମିତି କିଛି ଟିପ୍‌ସ ଦେବୁ ଯାହା ଆପଣଙ୍କୁ ସଫଳତା ପଥରେ ଅଗ୍ରସର ହେବାରେ ସାହାଯ୍ୟ କରିବ।

ଚେଷ୍ଟା କରନ୍ତୁ, ଅସଫଳ ହେଲେ ଭାଙ୍ଗି ପଡ଼ନ୍ତୁ ନାହିଁ

ଆପଣ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରୁଥିଲେ ସବୁମତେ ନିଶ୍ଚିତ ଚେଷ୍ଟା କରନ୍ତୁ। କିଏ ଜାଣେ, ଆପଣଙ୍କ ହାତରେ ସେ କାମଟି ସଫଳତାର ସହ ହୋଇପାରେ। ହେଲେ ଏମିତି ଚେଷ୍ଟାରେ ବେଳେ ବେଳେ ଆପଣଙ୍କୁ ହାରିଯିବାକୁ ପଡିଥାଏ। ଏପରି ପରିସ୍ଥିତିରେ ପଡ଼ିଲେ ଆପଣ ଚିନ୍ତିତ ହୋଇପାରନ୍ତି, କିନ୍ତୁ ଡରି ଯାଆନ୍ତୁ ନାହିଁ। କୁହାଯାଏ, failure is the pillar of success। ହୁଏତ ଆପଣ ବି ଆଉ ଥରେ ଚେଷ୍ଟା କଲେ ସଫଳ ହୋଇପାରନ୍ତି।

ଲୋକଙ୍କ ସହ ମିଶନ୍ତୁ, ନୂଆ କଥା ଜାଣନ୍ତୁ

ଜୀବନର ସବୁସ୍ତରରେ ଆପଣଙ୍କୁ ଅନେକ ଲୋକ ଭେଟିବେ। ସମସ୍ତଙ୍କ ସହ ସମ୍ପର୍କ ବଢ଼ାନ୍ତୁ। ‘ଯେତେ ମୁନି ସେତେ ମତ’ ନ୍ୟାୟରେ ସମସ୍ତଙ୍କ କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏମିତି କରିବା ଦ୍ୱାରା ଆପଣ ନୂଆ ନୂଆ କଥା ଜାଣିପାରିବେ। ଆଉ ଜୀବନରେ ଅଗ୍ରସର ହେବାକୁ ଆପଣଙ୍କୁ ଏହା ପ୍ରଚୁର ସହାୟତା କରିବ ।

ସୃଜନଶୀଳ ହୁଅନ୍ତୁ, କପି କରନ୍ତୁନି

କିଛି ନୂଆ କରିବାକୁ ଚାହୁଁଥିଲେ, ସବୁବେଳେ କିଛି ହଟ୍‌କେ ଚିନ୍ତା କରନ୍ତୁ। ଆପଣ କରିବାକୁ ଚାହୁଁଥିବା କାର୍ଯ୍ୟଟି ହୁଏତ ପୂର୍ବରୁ କେହି କରିଥାଇ ପାରନ୍ତି। ଏଣୁ ଏହି କାମ ପୁଣି ଥରେ କରିବା ବେଳେ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରନ୍ତୁ । ଯାହା ଅଧିକ ଲୋକାଦୃତ ହେବ। ଦେଖିବେ ସଫଳତା ମିଳିବ।

ଲକ୍ଷ୍ୟସ୍ଥଳ ସବୁବେଳେ ଉଚ୍ଚ ହେବା ଆବଶ୍ୟକ

ସବୁବେଳେ ଊର୍ଦ୍ଧ୍ୱମୁଖୀ ଚିନ୍ତା କରନ୍ତୁ। ଯେଉଁ କାମ ବି କରିବାକୁ ଚାହୁଁଛନ୍ତି ସେଥିରେ ସର୍ବଶ୍ରେଷ୍ଠ ହେବାକୁ ଚେଷ୍ଟା କରନ୍ତୁ। ଏମିତି କଲେ ହୁଏତ ଆପଣ ସଫଳତାର ଶୀର୍ଷରେ ପହଞ୍ଚିପାରିବେ।



from OdishaReporter https://ift.tt/2ufat0z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages