
ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରକୁ ପୁଣି ଫେରିଛି ଡେଙ୍ଗୁ ରୋଗ। ଏବେ ସହରରେ ଡେଙ୍ଗୁକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁ ଆକ୍ରାନ୍ତ ଯୁବକ ଜଣକ ହେଉଛନ୍ତି ପୁଇଁନ୍ତଲା ବ୍ଳକ୍ ବୁଢ଼ିସିନ୍ଧୋଲ ଗାଁର ୨୦ ବର୍ଷୀୟ ଭୋଜରାଜ ନାଏକ। କିଛିମାସ ତଳେ ଭୋଜରାଜ ଦାଦନ ଖଟିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କୁ ଜ୍ୱର ହେବାରୁ ସେ ଗାଁକୁ ଚାଲି ଆସିଥିଲେ। ଗତ ୧୧ ତାରିଖରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ରକ୍ତ ପରୀକ୍ଷା କରାଇଥିଲେ। ରିପୋର୍ଟ ଆସିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
from OdishaReporter https://ift.tt/2mtFk5n
No comments:
Post a Comment