‘ନିରୋ’ଙ୍କ ସହ ନବୀନଙ୍କୁ ତୁଳନା କଲା ବିଜେପି: କହିଲା- ‘ଲୋକଙ୍କ କଷ୍ଟ ପ୍ରତି ମୁଖ୍ୟମନ୍ତ୍ରୀ ଆଖି ବୁଜି ଦେଇଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

‘ନିରୋ’ଙ୍କ ସହ ନବୀନଙ୍କୁ ତୁଳନା କଲା ବିଜେପି: କହିଲା- ‘ଲୋକଙ୍କ କଷ୍ଟ ପ୍ରତି ମୁଖ୍ୟମନ୍ତ୍ରୀ ଆଖି ବୁଜି ଦେଇଛନ୍ତି’

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଦାବି କରିବା ପରେ ରାଜ୍ୟ ବିଜେପି ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଓଡ଼ିଶାର ସହରାଞ୍ଚଳରେ ଡ୍ରେନେଜ୍‌ ସୁବିଧା ନ ଥିବା ଯୋଗୁ ଲୋକଙ୍କ ଘରେ ବର୍ଷାଜଳ ପଶି ନଈ ନାଳର ଭ୍ରମ ସୃଷ୍ଟି ହେଉଛି ଓ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ରୋମ୍‌ ସମ୍ରାଟ୍ ‘ନିରୋ’ଙ୍କ ବଂଶୀ ବାଦନ ଭଳି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି ଯେ, ରୋମ୍‌ ସହର ଜଳୁଥିବା ବେଳେ ସେଠାକାର ସମ୍ରାଟ୍ ନିରୋ, ବଂଶୀ ବାଦନ କରିବା ପରି ଓଡ଼ିଶାର ୧୯ ବର୍ଷର ମୁଖିଆ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକଙ୍କ କଷ୍ଟ ପ୍ରତି ଆଖିବୁଜି ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଐତିହ୍ୟର କେନ୍ଦ୍ର କୋଣାର୍କ ପାଖରେ ପାଣି ଜମିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ତୁରନ୍ତ ଏହି ସମସ୍ୟା ସମାଧାନର ରାସ୍ତା ବାହାରିବା ଅତ୍ୟନ୍ତ ଜରୁରୀ। ମାତ୍ର କୋଣାର୍କର ପାଣି ନିଷ୍କାସନ ପାଇଁ କେନ୍ଦ୍ର ସରକାରଙ୍କୁ କଡ଼ା ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ସହରାଞ୍ଚଳରେ ଜଳବନ୍ଦୀ ଜୀବନ ବିତାଉ ଥିବା ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଆଖିବୁଜିଦେବା ନବୀନ ବାବୁଙ୍କର କଠିନ ପରିଶ୍ରମର ବାସ୍ତବତା ଓ ଆଦର୍ଶ ମୁଖ୍ୟମନ୍ତ୍ରୀତ୍ୱକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେଡିର ୨୦୧୪ ନିର୍ବାଚନୀ ଇସ୍ତାହାର ଓ ବିଧାନସଭାରେ ନିକଟ ଅତୀତରେ ସରକାର ଦେଇଥିବା ପ୍ରତିଶ୍ରୁତି ରାଜ୍ୟର ସହରାଞ୍ଚଳ ଲୋକଙ୍କୁ ପ୍ରତାରିତ କରିଛି। ଚଳିତ ବର୍ଷ ଋତୁର ଆଦ୍ୟ ବନ୍ୟାରେ ଅକଥନୀୟ ସମସ୍ୟାରେ ଥିବା ବସ୍ତି ବାସିନ୍ଦାଙ୍କୁ ଶ୍ରୀମହାପାତ୍ର ୨୦୧୪ରେ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଇଛନ୍ତି। ୧୯ ବର୍ଷ ସରକାରର ଅପାରଗତା ବିରୋଧରେ ଗରିବମାନେ ଯୁଦ୍ଧ ଘୋଷଣା କରିବା ସ୍ଥିତିକୁ ଆସିଲେଣି। ରାଜ୍ୟର ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମାଷ୍ଟରପ୍ଲାନ୍‌ ସତ୍ୱେ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାହିଁକି ପାଳନ କଲେନି ବୋଲି ଶ୍ରୀମହାପାତ୍ର ଅଭିଯୋଗ କରିଛନ୍ତି।

ବିଧାନସଭାରେ କଟକ-ଭୁବନେଶ୍ୱରରେ ସ୍ୱରେଜ୍‌ ଓ ଡ୍ରେନେଜ୍ ବ୍ୟବସ୍ଥା କାମ ଜାପାନ୍ ସରକାରଙ୍କ ସହାୟତାରେ ୨୦୧୭ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ପୂରଣ ହୋଇ ନଥିବା ସରକାର ସ୍ୱୀକାର କରିଥିଲେ। ମାତ୍ର ଏହି ସମ୍ପୂର୍ଣ କାମକୁ ସେପ୍ଟେମ୍ୱର ୨୦୧୮ ସୁଦ୍ଧା ଶେଷ କରିବାର ପ୍ରତିଶୃତି ଲିଖିତ ଭାବେ ବିଧାନସଭାରେ ଦେଇଥିଲେ। ମାତ୍ର କଟକ-ଭୁବନେଶ୍ୱରର ଦୟନୀୟ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥିତି ରାଜ୍ୟ ସରକାରଙ୍କର ବିଧାନସଭା ଭିତରେ ଦେଇଥିବା ପ୍ରତିଶୃତି କେତେ ମାତ୍ରାରେ ପ୍ରବଞ୍ଚନାପୂର୍ଣ ଏହା ସ୍ପଷ୍ଟ କରୁଛି। ପ୍ରତିଶୃତି ସତ୍ୱେ କାଯ୍ୟରେ କାହିଁକି ଅଗ୍ରଗତି ହୋଇପାରିଲା ନାହିଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ସାମ୍ନାରେ ସ୍ପଷ୍ଟୀକରଣ ରଖାଯିବା ସହ ନିଜର ବିଫଳତାକୁ ସ୍ୱୀକାର କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ଏହି ସାମ୍ୱାଦିକ ସମ୍ମଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏବଂ ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।



from OdishaReporter https://ift.tt/2mnyJcs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages