
ଝାଡ଼ଖଣ୍ଡ: ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ଆଜି ଝାଡ଼ଖଣ୍ଡର ପାକୁର ଜିଲ୍ଲାରେ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ତାଙ୍କୁ କିଛି ଲୋକ କଳା ପତାକା ଦେଖାଇବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପଛରେ କାହାର ହାତ ରହିଛି ବୋଲି ଜଣାପଡ଼ି ନଥିଲେ ହେଁ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍ ଜାଣିବାକୁ ପାଇଛି। ୮୦ ବର୍ଷୀୟ ଅଗ୍ନିବେଶ ଆଜି ପାକୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ହୋଟେଲରୁ ବାହାରିବା କ୍ଷଣି କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା କାହିଁକି ଘଟିଲା, ତାହା ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ୱାମୀ ଅଗ୍ନିବେଶ କହିଛନ୍ତି ମୁଁ ହିଂସାକୁ ବିରୋଧ କରେ। ମୁଁ ସର୍ବଦା ଶାନ୍ତିର ବାର୍ତ୍ତା ପ୍ରଚାର କରେ। ମୁଁ ଜାଣିନି, ମୋ ଉପରେ କାହିଁକି ଆକ୍ରମଣ ହେଲା। ମୋତେ ଆକ୍ରମଣ କରିବା ବେଳେ କୌଣସି ପୁଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ।
from OdishaReporter https://ift.tt/2NpFBBJ
No comments:
Post a Comment