୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାର ଟ୍ରଫି ଉପରେ ଫ୍ରାନ୍ସ ଓ କ୍ରୋଏସିଆ ଟିମ୍‌ର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାର ଟ୍ରଫି ଉପରେ ଫ୍ରାନ୍ସ ଓ କ୍ରୋଏସିଆ ଟିମ୍‌ର ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବିଶ୍ୱକପ ଇତିହାସରେ ସେତେଟା ପ୍ରଭାବଶାଳୀ ହୋଇ ନଥିଲେ ମଧ୍ୟ ଚଳିତ ସଂସ୍କରଣରେ ସମସ୍ତଙ୍କୁ ଚକିତ କଲାଭଳି ପ୍ରଦର୍ଶନ ବଳରେ ଟାଇଟଲ୍‌ ମୁକାବିଲାକୁ ଉତ୍ତୀର୍ଣ୍ଣ ହୋଇଛି କ୍ରୋଏସିଆ। ୧୯୯୮ରେ ଅଧା ରହିଯାଇଥିବା ସ୍ୱପ୍ନ ପୂରଣ ହେବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ କ୍ରୋଏସିଆ। ୧୯୯୮ ବିଶ୍ୱକପରେ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା। ତେଣୁ ଏଥର ସୁଯୋଗକୁ ହାତଛଡା କରିବାକୁ ଚାହିଁବ ନାହିଁ କ୍ରୋଏସିଆ। ଲୁକା ମୋଡ୍ରିଚ୍‌ଙ୍କ ଉପରେ ଦଳର ସମ୍ପୂର୍ଣ୍ଣ ଭରସା ରହିଥିବାବେଳେ ମୋରିଓ ମାଣ୍ଡୁକିଚ୍‌, ଇଭାନ ରାକିଟିକି ଏବ୍ଂ ପେରିସିକ ମଧ୍ୟ ବିପକ୍ଷକୁ ବିପଦରେ ପକାଇବା ଭଳି ଦକ୍ଷତା ରଖିଛନ୍ତି। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ଟାଇଟଲ୍‌ ହାତେଇବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ। ଘରୋଇ ମାଟିରେ ବ୍ରାଜିଲ୍‌କୁ ମାତ୍‌ ଦେଇ ୧୯୯୮ରେ ପ୍ରଥମ ଥର ପାଇଁ ଟାଇଟଲ୍‌ ଜିତିଥିବା ଫ୍ରାନ୍ସ। ଆଜିର ମ୍ୟାଚ୍‌ରେ ଇତିହାସ ଦୋହରାଇବର ସୁଯୋଗା ରହିଛି। କିଲିଆନ ଏମ୍ବାପେ ଏବଂ ଅଭିଜ୍ଞ ଗ୍ରୀଜମ୍ୟାନ ଚଳିତ  ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସର ବିଜୟ ଅଭିଯାନକୁ ଶାଣିତ କରିଥିବା ବେଳେ ଆଜିର ଏହି ଦୁଇ ଖେଳାଳିଙ୍କ ଯାଦୁ ଜାରି ରହିବ ବୋଲି ଫ୍ରାନ୍ସ ଆଶାବାଦୀ।

ଆଜିର ମ୍ୟାଚ୍‌ରେ ଚାମ୍ପିୟନ ଟିମ୍‌ ଉପରେ ପୁରସ୍କାରର ବର୍ଷା ହେବ। ବିଜେତା ଟିମ୍‌କୁ  ୩୮ ମିଲିୟନ ଡଲାର୍‌ ଅର୍ଥରାଶି ମିଳିବ। ଯାହାକି ଭାରତୀୟ ମୁଦ୍ରାରେ ୨୬୦ କୋଟି ଟଙ୍କା ହେବ। କେବଳ ଏତିକି ନୁହେଁ ଚକମକ୍‌ କରୁଥିବା ୧୮ କ୍ୟାରେଟ୍‌ର ସୁନା ଟ୍ରଫି ମଧ୍ୟ ମିଳିବ। ଏହି ଟ୍ରଫିର ଓଜନ ୧୩.୫୪ ପାଉଣ୍ଡ ହୋଇଥିବା ବେଳେ ଲମ୍ବ ୧୪.୫ ଇଞ୍ଚ୍‌। ଅନ୍ୟପଟେ ରନର୍ସଅପ ଟିମ୍‌କୁ ମିଳିବ ୨୮ ମିଲିୟନ ଡଲାର୍‌। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୯୧ କୋଟି ଟଙ୍କା ହେବ। ସେହିପରି ତୃତୀୟ ସ୍ଥାନ ହାସଲ କରିଥିବା ବେଲଜିୟମ୍‌କୁ ମିଳିବ ୨୪ ମିଲିୟନ ଡଲାର୍‌। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୬୪ କୋଟି ହେବ। ବିଶ୍ୱର ସବୁଠୁ ମହଙ୍ଗା ଏହି ପ୍ରତିଯୋଗିତାର ମୁକୁଟ ପିନ୍ଧିବା ପାଇଁ ଏହି ଦୁଇ ଟିମ୍‌ ଆପ୍ରାଣ ଚେଷ୍ଟା କରିବେ। ତେବେ ଫ୍ରାନ୍ସ ୧୯୯୮ର ଇତିହାସକୁ ଦୋହରାଉଛି ନା  କ୍ରୋଏସିଆ ୯୮ର ପ୍ରତିଶୋଧ ନେଉଛି, ତାକୁ ନେଇ ବଢୁଛି ଉତ୍କଣ୍ଠା।

 



from OdishaReporter https://ift.tt/2Lhmpsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages