ନିଜ ପ୍ରଥମ ସଟ୍‌ ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଲାଞ୍ଚ ନେଇଥିଲେ ରିଷି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ନିଜ ପ୍ରଥମ ସଟ୍‌ ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଲାଞ୍ଚ ନେଇଥିଲେ ରିଷି

ମୁମ୍ବାଇ: ସାଧାରଣତଃ ଅଭିନେତା ଅଭିନେତ୍ରୀଙ୍କୁସେମାନଙ୍କଫିଲ୍ମ ପାଇଁ ସାଇନିଂ ଆମାଉଣ୍ଟ ମିଳିଥାଏ। କିନ୍ତୁ ଅଭିନେତା ରିଷି କପୁରଙ୍କ କ୍ଷେତ୍ରରେ ଏମିତି ହୋଇନି। କାରଣ ସେ ତାଙ୍କ କ୍ୟାରିୟରରେ ନିଜପ୍ରଥମ ସଟ୍‌ ବଡ଼ ଆକାର ଆମାଉଣ୍ଟ ନୁହେଁ ବରଂ ଲାଞ୍ଚ ନେଇଥିଲେ। ଏକଥା ରିଷି ନିଜେ ଏକ ସାକ୍ଷାତକାରରେ କହିଥିଲେ। ଘଟଣା ଥିଲା ୧୯୫୫ ମସିହାର। ରିଷି କପୁରଙ୍କ ବାପା ରାଜ କପୁରଙ୍କ ଫିଲ୍ମ ‘ଶ୍ରୀ ୪୨୦’ର ପ୍ରସିଦ୍ଧ ଗୀତ ‘ପ୍ୟାର୍‌ ହୁଆ ଏକ୍‌ରାର ହୁଆ’ର ସୁଟିଂଚାଲିଥିଲା। ସେହି ଗୀତର ସିକ୍ୱେନ୍ସ ପାଇଁ ରିଷିଙ୍କୁ ଭାଇ ରଣଧିର କପୁର ଓ ଭଉଣୀ ରୁତୁଙ୍କ ସହ ବର୍ଷାରେ ଚାଲିବାର ଥିଲା।

ଆପଣ ସମସ୍ତେ ସେହି ଗୀତ ତ’ ଦେଖିଥିବେ। ରିଷି କହିଥିଲେ‘‘ ସେହି ଗୀତରେ ଖୁବ୍‌ ବର୍ଷା ହେଉଥିଲା। ଆମକୁ ରେନିକୋଟ୍‌ ପିନ୍ଧି ବର୍ଷାରେ ଚାଲିବାର ଥିଲା। ଏସବୁ ମୋପାଇଁ ବହୁତ କଠିନ ଥିଲା।  ଆଉ ସେହି ସଟ୍‌ ଦେଲା ବେଳେ ମୁଁ ସବୁବେଳେ କାନ୍ଦୁଥିଲି। ଫିଲ୍ମର ସେହି ଗୀତରେ ବାପାଙ୍କ  ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀ ନରଗିସ୍‌ ମୋ ପାଖକୁ ଆସିଥିଲେ।  ଆଉ ଗୋଟିଏ ଚକଲେଟ୍‌ ମୋତେ ଦେଖାଇ କହିଥିଲେ,  ଯଦି ମୁଁ ସିନ୍‌ରେ ନକାନ୍ଦି ଆଖି ଖୋଲା କରି ଭଲରେ ଚାଲିବି ତେବେ ସେ ମୋତେ ସେହି ଚକୋଲେଟ୍‌ ଦେବେ।’’

ତା’ପରେ ମୋତେ ଯେତେବେଳେ ଚାଲିବାକୁ କୁହାଗଲା  ମୋ ଆଖି ସେ ସମୟରେ ପୂରା ସ୍ପଷ୍ଟ ଭାବେ ଖୋଲାଥିଲା। ମୁଁ ଲଗାତାରଭାବେ ଚକଲେଟ୍‌ ଆଡ଼କୁ ଦେଖୁଥିଲେ।  ଆଉ ସେହି ଗୋଟିଏ ଚକ୍‌ଲେଟ୍‌ ପାଇଁ କାନ୍ଦିବା ପୂରା ଭୁଲି ଯାଇଥିଲି। ନିଜର ଗୋଟିଏ ସିନ୍‌ ପାଇଁ ସେ ନର୍ଗିସ୍‌ ତଥା ସଞ୍ଜୟ ଦତ୍ତଙ୍କ ମା’ଙ୍କ ଠାରୁ ଲାଞ୍ଚ ନେଇ ପୂରା କରିଥିଲେ।

୬୫ ବର୍ଷୀୟ ଅଭିନେତା ରିଷି କପୁରଙ୍କ ପ୍ରଥମ ଫିଲ୍ମ ‘ ମେରା ନାମ୍‌ ଜୋକର’ ୧୯୭୦ ରେ ରିଲିଜ୍ ହୋଇଥିଲା।  ସେହି ଫିଲ୍ମରେ ରିଷି ରାଜ କପୁର ପିଲାଦିନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ  ୧୯୭୩ ମସିହାରେ ସେ ମୁଖ୍ୟ ଅଭିନେତା ଭାବେ ‘ବବି’ ଫିଲ୍ମରେ ଅଭିନୟ କରିଥିଲେ।



from OdishaReporter https://ift.tt/2KVWPtr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages