ଦୃଢ଼ମନୋବଳ ପାଖରେ ହାରିଗଲା ହତାଶାର ପାହାଡ଼ : ପଢନ୍ତୁ ପାକିସ୍ତାନର ‘ଆଇରନ ଲେଡି’ଙ୍କ ସଂଘର୍ଷମୟ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଦୃଢ଼ମନୋବଳ ପାଖରେ ହାରିଗଲା ହତାଶାର ପାହାଡ଼ : ପଢନ୍ତୁ ପାକିସ୍ତାନର ‘ଆଇରନ ଲେଡି’ଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ଏ ହେଉଛି ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସଂଘର୍ଷମୟ କାହାଣୀ। ଜୀବନଯାତ୍ରାରେ ଝଡ଼ ଆସିବା ପରେ ବଦଳି ଯାଇଛି ମୋଡ଼। ଦୁର୍ଘଟଣା ପରେ ସେ ଅକର୍ମଣ୍ୟ ହୋଇଯାଉଛନ୍ତି। ଦୁର୍ଘଟଣାରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବାର ଯନ୍ତ୍ରଣା ଅସହ୍ୟ ଥିଲା। କାରଣ ସେ ଆଉ ଜୀବନରେ କିଛି କରିପାରିବେ ନାହିଁ ବୋଲି ଖବର ଦିଆଗଲା। ଆଉ ଏଭଳି ଦୁଃଖଦ ପରିସ୍ଥିତିରେ ସ୍ୱାମୀ ତାଙ୍କୁ ଛାଡ଼ି ଦେବା  ତାଙ୍କ ଦୁଃଖକୁ ଯନ୍ତ୍ରଣାକୁ ଦ୍ୱିଗୁଣିତ କରିଦେଇଥିଲା। ଦୁଃଖର ପାହାଡ଼କୁ ମୁଣ୍ଡେଇ ମଧ୍ୟ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ଭିତରେ ସକାରାତ୍ମ ଚିନ୍ତାଧାରା ଜାଗ୍ରତ କଲେ। ଆଉ ସଫଳ ମଧ୍ୟ ହେଲେ। ଆଉ ସେହି ମହିଳା ଜଣକ ହେଉଛନ୍ତି ପାକିସ୍ତାନର ମୁନିବା ମଜରୀ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଯେଉଁ ଭଳି ଭାବେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସକ୍ଷମ ହେଲେ ତାହା ତାଙ୍କୁ ପାକିସ୍ତାନର ଆଇରନ୍‌ ଲେଡି ଭାବେ ପରିଚୟ ଦେଇଛି। ଦୁର୍ଘଟଣା ଘଟିବାର ୯ ବର୍ଷ ପରେ ପାକିସ୍ତାନର ତାଙ୍କୁ ଏହି ପରିଚୟ ମିଳିଛି। ମାତ୍ର ୨୧ ବର୍ଷ ବୟସରେ ମୁନିବାଙ୍କ ଜୀବନରେ ମାଡ଼ି ଆସିଥିଲା ଦୁର୍ଯୋଗର କଳାବାଦଲ। ତେବେ ସେ ସେହି କଠିନ ପରିସ୍ଥିତିକୁ କେମିତି ସାମ୍ନା କରି ଆଗକୁ ବଢିଛନ୍ତି ସେ ବିଷୟରେ ମୁନିବା  ଏକ ସଭାରେ କହିଛନ୍ତି।  ଯେଉଁ ଭିଡିଓ ଏବେ ସୋଶାଲ ମିଡିଆରେ ଅଧିକ ଭ୍ୟୁ ହେବା ସହ ଶେୟାର ମଧ୍ୟ ହେଉଛି।  ତେବେ ଶୁଣନ୍ତୁ ମୁନିବାଙ୍କ ମୁହଁରୁ ତାଙ୍କ ଜୀବନରେ ଘଟିଥିବା ଏହି ଦୁଃଖଦ କାହାଣୀ।

‘ସେମାନେ ମୋତେ କହିଲେ ମୁଁ ଅକର୍ମଣ୍ୟ। କିନ୍ତୁ ମୁଁ ମୋର କ୍ଷମତାକୁ ଦେଖିପାରୁଥିଲି।  ସେମାନେ କହିଲେ ମୁଁ ଅକ୍ଷମ। ମୁଁ କହିଲି ମୁଁ ଭିନ୍ନଭାବେ ସକ୍ଷମ। ଏମିତି ଘଟଣା ଆପଣଙ୍କ ଜୀବନରେ ବି ଘଟିପାରେ। ଯେଉଁ ଘଟଣା ମାନସିକସ୍ତରରେ ଆପଣଙ୍କୁ ଦୁର୍ବଳ କରିଦିଏ ଆଉ ଭାଙ୍ଗି ବି ଦିଏ।  ଅନ୍ୟ ଦୃଷ୍ଟିରୁ ସେହି ଭର୍ତ୍ସନା ଆପଣଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରେ। ସେମିତି ଘଟଣା ମୋ ଜୀବନରେ ମଧ୍ୟ ଘଟିଛି। ମୋତେ ଯେତେବେଳେ ୧୮ ବର୍ଷ ହୋଇଥିଲା ମୋତେ ବାହା କରିଦିଆଗଲା। ବିବାହ ପାଇଁ ମୋ ବାପା ମୋତେ ରାଜି କରାଇଥିଲେ। ପରିବାରର ସମସ୍ତେ ଏଥିରେ ଖୁସି ଥିଲେ। କିନ୍ତୁ ବୈବାହିକ ଜୀବନରେ ଖୁସି ନ ଥିଲା। ବାହାଘରର ମାତ୍ର ଦୁଇ ବର୍ଷ ପରେ ମୁଁ ଏକ କାର୍‌ ଦୁର୍ଘଟଣାର ସମ୍ମୁଖୀନ ହେଲି। ସେତେବଳେ ମୋ ସ୍ୱାମୀ ବି  ସେହି କାରରେ ଥିଲେ।  କିନ୍ତୁ ସୌଭାଗ୍ୟବଶତଃ ସେ କାରରୁ ଡେଇଁ ବର୍ତ୍ତିଗଲେ। ମୁଁ ଏଥିରେ ଖୁସି ଥିଲି । କିନ୍ତୁ ମୁଁ କାର ଭିତରେ ରହି ଗୁରୁତରଭାବେ ଆହତ ହେଲି। ଦୁର୍ଘଟଣାରେ ମୁଁ ଅଙ୍ଗପ୍ରତ୍ୟଙ୍ଗ ହରାଇଲି। ମୋର ମଣିବନ୍ଧରେ ଫ୍ୟାକ୍‌ଚର ହୋଇଗଲା। ମୋର ମେରୁ ଦଣ୍ଡ ବି ଭାଙ୍ଗି ଗଲା। ଏପରିକି ମୋର ଫୁସଫୁସରେ ମଧ୍ୟ ଶକ୍ତ ଧକ୍କା ଲାଗିଥିଲା। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିଲା। ଏମିତିକି ମୁଁ ପରିଶ୍ରାନଳୀରେ ଯନ୍ତ୍ରଣା ଅନୁଭବ କଲି। ଏତେ ବଡ଼ ଦୁର୍ଘଟଣା ପରେ ମୁଁ କୁଆଡ଼େ ଯିବି ଭାବିପାରିଲିନି। ଶେଷରେ ଗୋଟିଏ ହସପିଟାଲରେ ମୁଁ ଭର୍ତ୍ତି ହେଲି। ସେଠାରେ ମୁଁ ପ୍ରାୟ ଅଢେଇ ବର୍ଷ ରହି ଚିକିତ୍ସିତ ହେଲି। ମୋ ଶରୀରରେ ଏକାଧିକ ଅସ୍ତ୍ରୋପଚାର ହେଲା। ଗୋଟିଏ ଦିନ ଡାକ୍ତର ମୋ ନିକଟକୁ ଆସିଲେ। ଆଉ ମୋ ଜୀବନର ଲକ୍ଷ୍ୟ ସମ୍ପର୍କରେ ଜାଣି ପଚାରିଲେ ତୁମେ ଜଣେ ଚିତ୍ରକର ହେବା ପାଇଁ ଅଶା ରଖିଥିଲେ। କିନ୍ତୁ ଆପଣଙ୍କ ପାଇଁ ଦୁଃସମ୍ବାଦ ଏହା ଯେ, ଆପଣଙ୍କ ସେହି ଆଶା ଅପୂରଣୀୟ ହୋଇ ରହିଯିବ। କାରଣ  ଆପଣ ମଣିବନ୍ଧ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛି। ତା’ ପରଦିନ ଡାକ୍ତର ଆସିଥିଲେ। ଆଉ କହିଲେ ଆପଣଙ୍କ ମେରୁଦଣ୍ଡ ବି ଦୋହଲିଯାଇଛି।

ଆପଣ ଆଉ କେବେ ଚାଲିପାରିବେ ନାହିଁ। ଆପଣ ପିଲା ଜନ୍ମ କରିବାର କ୍ଷମତା ମଧ୍ୟ ହରାଇ ବସିଛନ୍ତି। ଡାକ୍ତରଙ୍କ ସେହି କଥା ମୋତେ ଖୁବ୍‌ ବିଚଳିତ କରିଥିଲା।  ମୁଁ ମୋ ମା’ଙ୍କୁ ପଚାରିଲି , ମୋ ସହିତ ଏମିତି ଘଟଣା କାହିଁକି ଘଟିଲା? ତାପରେ ମୁଁ ନିଜକୁ ପଚାରିଲି। ମୋର ଅସ୍ତିତ୍ୱକୁ ନେଇ ମୁଁ ନିଜକୁ ପ୍ରଶ୍ନ କଲି। ଭାବିଲି ମୁଁ କାହିଁକି ବଞ୍ଚିବି? ପରେ କିନ୍ତୁ ମୁଁ ଅନୁଭବ କଲି। ନିଜ ଭିତରେ ଥିବା ଆତ୍ମଶକ୍ତିକୁ ଶକ୍ତିଶାଳୀ କରାଯାଇପାରେ । ଏଇଠି ମୋର ମା’ଙ୍କ କଥା ମନେ ପଡ଼ିଲା। ସେ କହିଥିଲେ ଇଶ୍ୱର ତୁମ ପାଇଁ କିଛି ସ୍ୱତନ୍ତ୍ର ଯୋଜନା କରିଛନ୍ତି। ମୁଁ  ସେ କଥାକୁ ଅନୁଭବ କରିପାରିଥିଲି।  ସେଇ ପଦକ କଥା ମୋତେ ଆଗକୁ ବଢିବା ପାଇଁ ମୋ ଭିତରେ ଉତ୍ସାହ ଭରିଦେଲା। ଦିନେ ମୁଁ ମୋ ଭାଇକୁ କହିଲି, ହସପିଟାଲରେ ରହି ମୁଁ ଅଣନିଃଶ୍ୱାସୀ ହୋଇଗଲିଣି। ଖୁବ୍ କ୍ଳାନ୍ତ ବି ଅନୁଭବ କରୁଛି।  ମୁଁ ଜୀବନର ଫିକା ରଙ୍ଗକୁ ବଦଳେଇବା ପାଇଁ ଚାହୁଁଛି। ମୋ ପାଇଁ କିଛି ନୂଆ ରଙ୍ଗ ଆଣ।  ମୋତେ କିଛି କ୍ୟାନ୍‌ଭାସ ଆଣି ଦିଅ। ମୁଁ ଚିତ୍ର କରିବାକୁ ଚାହେଁ। ବହୁ କଷ୍ଟରେ ମୁଁ ଗୋଟିଏ ଚିତ୍ର ବି ଆଙ୍କିଲି।  ତା’ ପରେ ମୁଁ ମେଡିକାଲରୁ ଡିସଚାର୍ଜ ହେଲି।  ଆଉ ଘରକୁ ଫେରିଲି। ଶାରୀରିକ ଭାବେ ମୁଁ ଖୁବ୍ ଅକ୍ଷମ ବୋଲି ଜାଣିପାରି ଥିଲି । ଚାପଗ୍ରସ୍ତ ବି ରହିଲି। ଡାକ୍ତର ମୋତେ ବେଡରେ ଶୋଇବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ଦୁଇବର୍ଷ ବେଡରେ ପଡ଼ି ରହିଲି।  ଗୋଟିଏ ରୁମରେ ପଡ଼ିରହିଲି । ତାରି ଭିତରେ ମୁଁ ଝରକା ଦେଇ ବାହାରକୁ ଦେଖି ଅନୁଧ୍ୟାନ କରେ। ବାହାରେ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଶୁଣି ଆନନ୍ଦ ଅନବୁଭବ କରେ।

ମୋରି ଭାରି ଇଚ୍ଛା ହେଉଥିଲା, ମୁଁ ବି ଦିନେ ଏହି ଚାରିକାନ୍ଥର ଭିତରୁ ବାହାରି ପ୍ରକୃତିକୁ ଉପଭୋଗ କରିବି। ସେ ସମୟରେ ଅନୁଭବ କଲି ଲୋକମାନେ କେତେ ଭାଗ୍ୟବାନ। ତା’ପରେ ମୋ ଭିତରେ ଥିବା ଭୟ ବିରୋଧରେ ଲଢିବା ପାଇଁ ଇଚ୍ଛା ଜାଗ୍ରତ ହେଲା। ସମସ୍ତେ ଭୟରେ ପୀଡ଼ିତ। କିଏ ଟଙ୍କା ପାଇଁ ତ’ ଆଉ କିଏ ସ୍ୱାସ୍ଥ୍ୟ ଏବଂ  ଅନ୍ୟ କିଏ କ୍ୟାରିୟରକୁ  ନେଇ ଭୟ କରିଥାଏ।  ଭୟ ସବୁଠି ସମସ୍ତଙ୍କ ପାଖରେ ଥାଏ। ତେଣୁ  ମୋ ଭିତରେ ଥିବା ଗୋଟିଏ ପରେ ଗୋଟିଏ ଭୟକୁ ଲେଖିଲି। ଗୋଟିଏ ଗୋଟି ଧାଡ଼ିରେ ସେ ସବୁ ଭୟକୁ  ପ୍ରକାଶ କଲି। ଆଉ ଚେଷ୍ଟା କଲି ଗୋଟିଏ ପରେ ଗୋଟିଏ ଡରକୁ ଅତିକ୍ରମ କରିବା ପାଇଁ। ମୋ ଜୀବନରେ ସବୁଠୁ ବଡ଼ ଭୟ ଥିଲା ବୈବାହିକ ଛାଡ଼ପତ୍ର। ଆଉ ମୋ ସ୍ୱାମୀ ଛାଡ଼ପତ୍ର ବି ଦେଲେ। ଏହା ଶୁଣି ମୁଁ ଡରିଗଲି ନାହିଁ । ଯେଉଁ ଦିନ ଶୁଣିଲି ମୋ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ମୁଁ ତାଙ୍କୁ ଗୋଟିଏ ମେସେଜ ଦେଲି।  ମୁଁ ଏହି ବାହାଘରରେ ଖୁବ୍‌ ଖୁସି। ମୁଁ ତାଙ୍କର ଶୁଭକାମନା ମଧ୍ୟ କଲି। ସେ ମଧ୍ୟ ଜାଣିଲେ ମୁଁ ତାଙ୍କ ପାଇଁ ପ୍ରକୃତରେ ପ୍ରାର୍ଥନା କରିଛି। ତା’ପରେ ମୁଁ ମା’ ହୋଇ ନ ପାରିବା ନେଇ ଖୁବ ଦୁଃଖ କଲି। ତା’ପରେ ମୁଁ ଭାବିଲି ଦୁନିଆରେ କେତେ ଅନାଥ ପିଲା ଅଛନ୍ତି। ସେମାନେ  କ’ଣ ସମସ୍ତେ ମା’ର ସ୍ନେହ ପାଉଛନ୍ତି। ଏହା ଭାବି ମୁଁ ଜଣେ ପିଲାକୁ ପାଳିବା ପାଇଁ ଇଚ୍ଛା କଲି। ପରେ ମୁଁ ନିଜକୁ ସମାଜ ସେବାରେ ନିୟୋଜିତ କଲି। ପରେ ପାକିସ୍ତାନରେ ଏକ ଟିଭି ଚ୍ୟାନେଲରେ ନ୍ୟୁଜ୍‌ ଆଙ୍କର ଭାବେ ସୁଯୋଗ ପାଇଲି।

କେବଳ ସେତିକ ନୁହଁ ଲିଙ୍ଗଗତ ବିଭେଦତାକୁ ଦୂର କରିବା ନେଇ ମୁଁ ନିଜକୁ ସାମିଲ କଲି।  ଶିଶୁ ଆଉ ମହିଳାମାନଙ୍କ ପାଇଁ କାମ କରି ପୁରସ୍କୃତ ହେଲି। ଯେତେବଳେ ସାଧାରଣ ସଭା କି କୌଣସି କାର୍ଯ୍ୟକ୍ରମକୁ ଯାଏ ମୁଁ ସବୁ ବେଳେ ହସିଥାଏ।  ଏହି ହସ ପଛରେ କ’ଣ ରହସ୍ୟ ଅଛି ବୋଲି ଲୋକେ ପଚାରନ୍ତି। ମୁଁ ଗୋଟିଏ ଉତ୍ତର ଦିଏ। ତାହା ହେଉଛି ମୋ ଜୀବନରେ ମୁଁ ଯାହା ସବୁ  ହରାଇଛି ସେଥି ପାଇଁ ମୋର ଆଦୌ ଅବସୋସ ନାହିଁ । ଯାହାକୁ ମୁଁ ମୋ ମନରୁ ଲିଭାଇ ଦେଇଛି। ଶେଷରେ ମୁଁ ଗୋଟିଏ କଥା କହିବି ନିଜ ପ୍ରତି ଦୟାଳୁ ହୁଅ। ତା’ପରେ ଯାଇ ତୁମେ  ଅନ୍ୟମାନଙ୍କ ପ୍ରତି ସଦୟ ହୋଇ ପାରିବ। ଦୟାଳୁ ହୋଇ ପାରିବ। ପ୍ରେମ ଏବଂ ଭଲ ପାଇବାକୁ ପରିବ୍ୟାପ୍ତ କର। ନିଜକୁ ଶକ୍ତିଶାଳୀ କର। ଜୀବନଟା ଗୋଟେ ଚ୍ୟାଲେଞ୍ଜ। ଯେତେବେଳେ ତୁମେ ନିଜକୁ ଚିହ୍ନିପାରିବ ଆଉ ତୁମର ଅବସ୍ଥିତିକୁ ଜାଣିପାରିବ ତା’ପରେ ଯାଇ ତୁମକୁ ଦୁନିଆ ଚିହ୍ନିବ।



from OdishaReporter https://ift.tt/2movvFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages