
ନୂଆଦିଲ୍ଲୀ: ୨୦୧୯ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ପରେଡ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ତାଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ଗତ ଏପ୍ରିଲ୍ ମାସରେ ସରକାର ଏହି ନିମନ୍ତ୍ରଣ ପଠାଇଥିଲେ। ତେବେ ଆମେରିକା ସରକାରଙ୍କ ପକ୍ଷରୁ ଏଯାଏ ଏନେଇ କିଛି ଜବାବ ଦିଆଯାଇନାହିଁ। ଆଶା କରାଯାଉଛି ଡୋନାଲ୍ଡ ଟ୍ରମ୍ପ ଏହି ନିମନ୍ତ୍ରଣ ରକ୍ଷା କରିବେ ଓ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ଭାରତ ଆସିବେ।
୨୦୧୫ ସାଧାରଣତନ୍ତ୍ର ଦିବସରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମୁଖ୍ୟ ଅତିଥି ହୋଇ ଆସିଥିଲେ।
from OdishaReporter https://ift.tt/2KQM4su
No comments:
Post a Comment