ଅସନ୍ତୁଷ୍ଟଙ୍କୁ ଆଶା ଦେଖାଇଲା ବିଜେଡି: ଆସିବ ‘ବିଧାନ ପରିଷଦ ସଂକଳ୍ପ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଅସନ୍ତୁଷ୍ଟଙ୍କୁ ଆଶା ଦେଖାଇଲା ବିଜେଡି: ଆସିବ ‘ବିଧାନ ପରିଷଦ ସଂକଳ୍ପ’

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):  ଅସନ୍ତୁଷ୍ଟ ଦଳୀୟ ନେତାମାନଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଆଶା ଦେଖାଇଛି ବିଜେଡି। ତେଲେଙ୍ଗାନା ବିଧାନ ପରିଷଦ ଢାଞ୍ଚାରେ ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ କ୍ଷମତାସୀନ ବିଜେଡି ସରକାର ପକ୍ଷରୁ ‘ବିଧାନ ପରିଷଦ’ ଗଠନ ପାଇଁ ସଂକଳ୍ପ ପ୍ରସ୍ତାବ ଆସିବ। ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର କମିଟି, ବିହାର ଓ ତେଲେଙ୍ଗାନା ଗସ୍ତ କରି ଫେରିବା ପରେ,ଏହି ସୂଚନା ଦେଇଛନ୍ତି। ତେବେଏହି ସ୍ୱତନ୍ତ୍ର କମିଟିରୁ ବିଜେପି ଓ କଂଗ୍ରେସ ଦୂରେଇ ରହିଥିବା ବେଳେ ରାଜ୍ୟ ସରକାରଙ୍କ ସଂକଳ୍ପ ପ୍ରସ୍ତାବକୁ ବିଧାନସଭାରେ ସହମତି ମିଳିବାର ସମ୍ଭାବନା କ୍ଷୀଣ।

ଆଜି ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ ଡଃ ନୃସିଂହ ସାହୁ କହିଛନ୍ତି ଯେ, ତେଲେଙ୍ଗାନା ବିଧାନସଭା ଗଠିତ ହେବାପରେ ସେମାନେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ଗୃହୀତ କରିଥିଲେ। ବିଧାନ ପରିଷଦ ସଂକଳ୍ପ କିଭଳି ଗୃହୀତ ହେଲା ତାକୁ ଅନୁଧ୍ୟାନ କରାଯାଇଛି। ସେହି ଶୈଳୀରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ଅଣାଯିବ। ରାଜ୍ୟ ସରକାରଙ୍କୁ ଏନେଇ ଖୁବ୍‌ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ। ଡଃ ସାହୁଙ୍କ ସହ କମିଟିର ସଦସ୍ୟ ଭାବେ ବିଜେଡିର ଦୁଇ ସଦସ୍ୟ ପ୍ରମିଳା ମଲ୍ଲିକ ଓ ମନୋହର ରନ୍ଧାରୀ, ବିହାର ଓ ତେଲେଙ୍ଗାନା ଗସ୍ତ କରିଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅଗ୍ରଗତି ଉପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କୁ ଖୁସି କରିବା ପାଇଁ ଏହା ଲଲିପପ୍‌। ଅବଶ୍ୟ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ଗଠନ ହେବାକୁ ବହୁ ସମୟ ଲାଗିବ।

ସୂଚନାଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ ସମ୍ପର୍କରେ କ୍ଷମତାସୀନ ବିଜେଡି ସରକାର ଆଭାସ ଦେଇଥିଲା। କିନ୍ତୁ ପରେ ଦୀର୍ଘବର୍ଷ ଧରି ନିରବ ରହିବା ପରେ ଗତ ଦୁଇମାସ ତଳେ ପୁଣିଥରେଏହି ଗଠନ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ବିଜେଡି ଏଭଳି ନିଷ୍ପତି ନେଇଥିବାରୁ କମିଟିରେ ସଦସ୍ୟ ଥିବା ବିଜେପି ଓ କଂଗ୍ରେସର ଜଣେ ଲେଖାଏ ବିଧାୟକ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଧାନ ପରିଷଦ ଗଠନ ହେଲେ ଏଥିରେ ସର୍ବାଧିକ ୪୯ ଜଣ ସଦସ୍ୟ ରହିପାରିବେ।



from OdishaReporter https://ift.tt/2LmKYEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages