ଆଉ ଅଳ୍ପ ସମୟ ପରେ ଶେଷ ଦିନିକିଆ: ଲଗାତାର ୧୦ଟି ସିରିଜ୍‌ ଜିତିବାକୁ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଆଉ ଅଳ୍ପ ସମୟ ପରେ ଶେଷ ଦିନିକିଆ: ଲଗାତାର ୧୦ଟି ସିରିଜ୍‌ ଜିତିବାକୁ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଶେଷ ଦିନିକିଆ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିବା ବେଳେ ଆଜିର ମ୍ୟାଚ୍‌ ଯିଏ ଜିତିବ ସେହି ଟିମ୍‌ ସିରିଜ ହାତେଇବ। ଯଦି ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ଜିତୁଛି ତେବେ ଏହି ସିରିଜ୍‌ ଜିତିବା ସହ ଲଗାତାର ୧୦ଟି ସିରିଜ୍‌ ଜିତିବାର ରେକର୍ଡ କରିବାର ଗୌରବ ହାସଲ କରିବ।

ଦୀର୍ଘ ୪ବର୍ଷ ପରେ ଇଂଲଣ୍ଡ ମାଟିରେ ଦ୍ୱିତୀୟ ଥର ପାଇଁ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ। ୨୦୧୪ରେ ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍‌କୁ ୩-୧ରେ ଜିତିନେଇଥିଲା ଭାରତ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ଭାରତ ଦୀର୍ଘ ୭ ବର୍ଷ ଧରି ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ହାରିନାହିଁ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୯୮ଟି ଦିନିକିଆ ଖେଳାଯାଇଛି, ଯେଉଁଥିରେ ଭାରତ ୫୩ଟି ମ୍ୟାଚ୍‌ ଓ ଇଂଲଣ୍ଡ ୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି।

ଚଳିତ ଇଂଲଣ୍ଡ ଗସ୍ତରେ  ଟି-ଟ୍ୱେଣ୍ଟି ସିରିଜକୁ ଭାରତ ହାତେଇ ଥିବାରୁ ଦିନିକିଆରେ ବି ଏହାର ପୁନରାବୃତ୍ତି କରିବା ଆଶା କରାଯାଉଛି। ସେପଟେ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ମଧ୍ୟକ୍ରମ ଖରାପ ପ୍ରଦର୍ଶନ କରିଥିବାରୁ ଆଜିର ମ୍ୟାଚ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯିବା ଆଶା କରାଯାଉଛି। ଓ୍ୱିକେଟକିପର୍‌ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିବା ଆଶା କରାଯାଉଛି। ସେହିପରି ଶ୍ରେୟସ ଆୟାର୍‌ ମଧ୍ୟ ଦଳରେ ସ୍ଥାନ ପାଇପାରନ୍ତି। ତେବେ ଇଂଲଣ୍ଡ ଦଳରେ ପରିବର୍ତ୍ତନର ଆଶା କମ୍ ରହିଛି।



from OdishaReporter https://ift.tt/2LjqsnU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages