
ଜବଲପୁର: ପିଲା ଚୋରି ଅଭିଯୋଗକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ନିରୀହ ଲୋକେ ଆକ୍ରୋଶର ଶିକାର ହେଉଛନ୍ତି। ଏପରି ଘଟଣା ପ୍ରାୟ ନିତିଦିନ ଶୁଣିବାକୁ ମିଳୁଛି। ହେଲେ ମଧ୍ୟପ୍ରଦେଶର ଜବଲପୁରରୁ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କୁ ନିଶ୍ଚୟ ବ୍ୟଥିତ କରିବ। ଏଠାରେ ଜଣେ ଟ୍ରକ୍ ମାଲିକ ନିଜ ବନ୍ଧୁଙ୍କ ସହ ମିଶି ତିନିଜଣ ଆଦିବାସୀ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଲଙ୍ଗଳା କରି ପିଟିଛନ୍ତି। ଡିଜେଲ୍ ଚୋରି ଅଭିଯୋଗରେ ମାଲିକ ଜଣଙ୍କ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ଘଟଣାକ୍ରମ:
ପୋଲିସ ଦେଇଥିବା ସୂଚନା ମୂତାବକ ଗୁଡ୍ଡୁ ଶର୍ମା ନାମକ ବ୍ୟକ୍ତି ନିଜ ଟ୍ରକ୍ରେ ତିନି ଜଣ ଆଦିବାସୀ ପିଲାଙ୍କୁ ଚାକିରି ଦେଇ ରଖିଥିଲେ। ଏମାନେ ଡ୍ରାଇଭିଂ ସହ ଗାଡ଼ି ସଫା କରିବା କାମ କରୁଥିଲେ। ଗତ ଜୁଲାଇ ୧୧ ତାରିଖ ରାତିରେ ଟ୍ରକ୍ ମାଲିକ ଗୁଡ୍ଡୁ ଶର୍ମା ଏହି ୩ ଜଣ କର୍ମଚାରୀଙ୍କ ଉପରେ ୧୨୦ ଲିଟର୍ ଡିଜେଲ ଚୋରି କରିଥିବା ଅଭିଯୋଗ କରିଥିଲେ।ଏହାପରେ ଗୁଡ୍ଡୁ ନିଜ ସାଙ୍ଗ ଶେରୁ ସହ ମିଶି ଏହି ତିନି ଜଣଙ୍କୁ ଉଲଗ୍ନ କରି ବେସ୍ବଲ୍ ବ୍ୟାଟ୍ ଓ ପ୍ଲାଷ୍ଟିକ ପାଇପରେ ଅମାନୁଷିକ ଭାବେ ପିଟିଥିଲେ। ପରେ ପୋଲିସକୁ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ଟ୍ରକ୍ମାଲିକ ଓ ତାର ସାଙ୍ଗ ଶେରୁ ବିରୋଧରେ ସ୍ଥାନୀୟ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ଏହି ତିନି ଜଣ ବ୍ୟକ୍ତି ମଣ୍ଡଲା ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ସୁରେଶ ଗୋଣ୍ଡ୍(୪୬), ଆଶୀଷ ଗୋଣ୍ଡ୍(୨୪) ଓ ଗୋଲୁ ଗୋଣ୍ଡ୍ ବୋଲି ଜଣା ପଡ଼ିଛି।
from OdishaReporter https://ift.tt/2zKGGSJ

No comments:
Post a Comment