
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଜୁଲାଇ ୧୭ ତାରିଖ। ଆଜିର ଦିନକୁ ବିଶ୍ୱ ଇମୋଜି ଦିବସ (World Emoji Day) ଭାବେ ପାଳନ କରାଯାଏ। ୨୦୧୪ ମସିହାଠାରୁ ଏହି ଦିବସ ପାଳନ କରାଯାଉଛି। ଆଜିକାଲି ସୋଶାଲ୍ ମିଡିଆରେ ବହୁଳ ମାତ୍ରାରେ ଏହାର ବ୍ୟବହାର କରାଯାଉଛି।
ଇମୋଜିପିଡିଆ (Emojipedia)କୁ ତିଆରି କରିଥିଲେ ଜେରେମୀ ବର୍ଜ। ସେ ୱିକିପିଡିଆ ମଧ୍ୟ ତିଆରି କରିଥିଲେ। ୧୯୯୫ ମସିହାରେ ପ୍ରଥମେ ଇମୋଜି ବ୍ୟବହାର କରାଯାଇଥିଲା। ସେତେବେଳେ ସ୍ମାର୍ଟ୍ଫୋନ୍ ନୁହେଁ ପେଜର୍ରେ (ଏହା ଏକ ରେଡିଓ ଡିଭାଇସ୍, ଯେଉଁଥିରେ ଜଣେ ଅନ୍ୟ ଜଣକୁ ମେସେଜ୍ ପଠାଇଥାଏ) ଇମୋଜି ଶେୟାର କରାଯାଉଥିଲା। ସେତେବେଳେ ଜାପାନ୍ରେ ଅଧିକ ଇମୋଜି ବ୍ୟବହାର ହେଉଥିଲା।
ଫେସ୍ବୁକ୍ରେ ସବୁଠାରୁ ଅଧିକ ଇମୋଜି ବ୍ୟବହାର ହେଉଛି। ଏଥିରେ ୨୮୦୦ ଇମୋଜି ରହିଛି। ସେଥିରୁ ପାଖାପାଖି ୨୩୦୦ ଇମୋଜି ବ୍ୟବହାର କରାଯାଉଛି।
from OdishaReporter https://ift.tt/2LpZHuZ
No comments:
Post a Comment