
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୍-୨’ର ଶୁଟିଂ ପାଇଁ କ୍ୟାନାଡା ଯାଇଛନ୍ତି। କ୍ୟାନାଡାର ଭ୍ୟନକ୍ୟୁଭର୍ରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଛି। ଆଉ ଏହି ସମୟରେ କ୍ୟାଟ୍ରିନାଙ୍କର ଏକ ଭିଡିଓ ଭାଇରଲ୍ ହେବାରେ ଲାଗିଛି। ଭିଡିଓରେ କ୍ୟାଟ୍ରିନାଙ୍କ ସହ କିଛି ଲୋକ ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି। ‘କ୍ୟାଟ୍ରିନାଙ୍କ ସହ ସେମାନେ ଫଟୋ ଉଠାଇବାକୁ ଚାହୁଁନାହାନ୍ତି, ଏବଂ ସେ ଜଣେ ଭୀରୁ’ ବୋଲି କହୁଛନ୍ତି। ଯାହାକୁ ଶୁଣିବା ପରେ କ୍ୟାଟ୍ରିନା ନିଜ ରାଗକୁ ସମ୍ଭାଳି ନପାରି ସେ ଲୋକମାନଙ୍କୁ ପ୍ରତି ଉତ୍ତର ଦେଉଛନ୍ତି। ଫଳରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଉଛି।
କିଛି ଲୋକ କ୍ୟାଟ୍ରିନାଙ୍କୁ ଘେରି ଯାଉଛନ୍ତି ଏବଂ ସେମାନେ ସେଠାକୁ ତାଙ୍କୁ ନୁହେଁ, ସଲମାନ୍ଙ୍କୁ ଦେଖିବାକୁ ଆସିଥିଲେ ବୋଲି କହୁଛନ୍ତି।
ସେପଟେ କ୍ୟାଟ୍ରିନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି,“ମୁଁ କ୍ଳାନ୍ତ ଥିଲି ତେଣୁ ଏସବୁ କଥାକୁ ନେଇ ଟିକେ ପ୍ରତିକିୟାଶୀଳ ହୋଇଗଲି” ବୋଲି କହିଛନ୍ତି।
from OdishaReporter https://ift.tt/2NIJin1
No comments:
Post a Comment